ଇନଫୋସିଟି ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଇନଫୋସିଟି ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ମାମଲାରେ କ୍ରାଇମବ୍ରାଞ୍ଚ କରିବ ତଦନ୍ତ । ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । କମିଶନରେଟ ପୋଲିସ ଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି । ମାମଲା ସମ୍ପର୍କୀତ ସମସ୍ତ କାଗଜପତ୍ର କମିଶନରେଟ ପୋଲିସ ଠାରୁ ନେଲା କ୍ରାଇମବ୍ରାଞ୍ଚ । ଓଟିିଭି କର୍ତ୍ତୃପକ୍ଷଙ୍କୁ ନୋଟିସ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ଓଟିଭି ଅଫିସରେ ପହଁଚିଥିଲେ ତଦନ୍ତକାରୀ ଅଧିକାରୀ । କାଗଜପତ୍ର ତନଖି କରିଥିଲା । କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବାକୁ ନୋଟିସ କରିଛି କ୍ରାଇମବ୍ରାଞ୍ଚ।

ଏହି ମାମଲାରେ ମହିଳା ଥାନା ତଦନ୍ତ କରୁଥିଲା । ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ ମହିଳା ଥାନା ।ଓଟିଭି ଅଫିସରେ କାମ କରୁଥିବା ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ଲକଡାଉନ୍‌ ସମୟରେ ତାଙ୍କ ୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ କରାଯାଇଛି । ଜଣେ ପୋଲିସ କର୍ମଚାରୀଙ୍କ ସମେତ ୭ ଜଣ ଏହି ଘଟଣାରେ ସାମିଲ ଅଛନ୍ତି ।

ଗତ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା’ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତନାଘନା କରିଥିଲା । ପରେ ଶିଶୁ ସୁରକ୍ଷା କମିଶନ ଓ ମହିଳା କମିଶନ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ । ଶିଶୁ ସୁରକ୍ଷା କମିଶନ ଓଟିଭି ଏମଡିଙ୍କ ନୋଟିସ କରିଥିଲେ । ମହିଳା କମିଶନଙ୍କ ନିକଟକୁ ଥରେ ମାତ୍ର ଯାଇଥିଲେ ଓଟିଭି ଏମଡି ଜଗୀ ପଣ୍ଡା । କମିଶନରେଟ ପୋଲିସର ଜଣେ ଡିସିପି ର‍୍ୟାଙ୍କର ଅଫିସର ଏହାର ତଦନ୍ତ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.