ଆନନ୍ଦପୁରରୁ ବେଆଇନ ଗୋରୁ ଚାଲାଣବେଳେ ଚଢ଼ାଉ: ୧୫ଟି ଗୋରୁ ଉଦ୍ଧାର, ଜଣେ ଯୁବକ ଗିରଫ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଭଗାନଈ ଗ୍ରାମରୁ ବେଆଇନ ଗୋରୁ ଚାଲାଣ ହେଉଥିବା ସମୟରେ ରାମଚନ୍ଦ୍ର ପୁର ପୋଲିସ ଅଚାନକ ଚଢ଼ାଉ କରି ୧୫ଟି ଗୋରୁ ସହ ବ୍ୟବହୃତ ଗାଡି ଓ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ଯୁବକ ଜଣକ ହେଉଛନ୍ତି ଘଷିପୁରା ଥାନା ଅନ୍ତର୍ଗତ ବାଇଲୋ ଗ୍ରାମର ତରଣୀ ଜେନା । ଗତକାଲି ରାତିରେ ଏହି ଅଞ୍ଚଳରୁ ୧୫ଟି ଗୋରୁ ବୋଝେଇ କରି ଏକ ପିକଅପ ଭ୍ୟାନ ଯାଉଥିବା ସମୟରେ ପୋଲିସ ହାତରେ ଧରା ପଡିଥିଲା। ରାମଚନ୍ଦ୍ରପୁର ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.