କରୋନା ମୁକାବିଲା : ରାଜ୍ୟ ସରକାରଙ୍କ ଆଗରେ ୫ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟ ସରକାରଙ୍କ ଆଗରେ ୫ଟି ବଡ଼ ଚ୍ୟାଲେଞ୍ଜ ରହିଛି। କରୋନା ପଜିଟିଭ ସଂଖ୍ୟା ନିୟନ୍ତ୍ରଣକୁ ଆଣିବା ରାଜ୍ୟ ସରକାରଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ । ଦ୍ୱିତୀୟ ଚ୍ୟାଲେଞ୍ଜ ହେଉଛି ଲକ୍‌ଡାଉନ୍‌କୁ ମାସେ ବିତିଲାଣି । ଲୋକେ ଘର ଭିତରେ ଛାଟିପିଟି ହେଲେଣି। ଏ ପରିସ୍ଥିତିରେ ଲୋକେ ଘରୁ ବାହାରି ଯାତାୟାତ କରିବେ । ଲୋକଙ୍କୁ ଆୟତ୍ତ କରିବା ଅନ୍ୟତମ ଆହ୍ଵାନ । ତୃତୀୟ କଥା ହେଉଛି ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଏବେ ରାଜ୍ୟକୁ ଫେରିବେ । ସେମାନଙ୍କୁ ସମ୍ପୃକ୍ତ ରାଜ୍ୟରୁ ସୁରକ୍ଷିତ ଆଣି ୧୪ ଦିନ କ୍ୱାରେଣ୍ଟାଇନରେ ରଖିବା । ଚତୁର୍ଥ ଚ୍ୟାଲେଞ୍ଜ ହେଉଛି ପୁଣିଥରେ ଆର୍ଥିକ କାରବାରକୁ ସ୍ୱାଭାବିକ କରିବା । ପଞ୍ଚମ ଚ୍ୟାଲେଞ୍ଜ ଗରିବ ଓ ଖଟିଖିଆଙ୍କ ପାଇଁ ରାଜ୍ୟ ସରକାର କାମ ଓ ଖାଦ୍ୟ ଯୋଗାଇ ଦେବା।

ଅନ୍ୟପଟେ ଲକ୍‌ ଡାଉନକୁ ନେଇ ଅନିଶ୍ଚିତତା ଜାରି ରହିଛି। କେନ୍ଦ୍ର ସରକାର କେଉଁ ନିଷ୍ପତ୍ତି ନେଉଛନ୍ତି ତାକୁ ଅପେକ୍ଷା କରାଯାଇଛି । ଏସବୁ ଭିତରେ ଲକ୍‌ ଡାଉନ୍‌ ଯେତିକି ଲମ୍ବା ହେବ ରାଜ୍ୟ ସରକାରଙ୍କ ପାଇଁ ସେତିକି ବଢ଼ିବ ଚ୍ୟାଲେଞ୍ଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.