ଦୋକାନୀମାନଙ୍କ ପାଇଁ ୫ ସୂତ୍ରୀ ଗାଇଡ୍‌ଲାଇନ୍‌ ଜାରି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ, ଏହି ସବୁ ନିୟମ ନମାନିଲେ ହେବ କଡା କାର୍ଯ୍ଯାନୁଷ୍ଠାନ

ଗଞ୍ଜାମ : ଗଞ୍ଜାମରେ କରୋନା ମୁକାବିଲା ପାଇଁ ଜିଲ୍ଲାର ଦୋକାନୀମାନଙ୍କ ପାଇଁ ୫ ସୂତ୍ରୀ ଗାଇଡ୍‌ଲାଇନ୍‌ ଜାରି କରିଛି ଜିଲ୍ଲା ପ୍ରଶାସନ । ଉକ୍ତ ଗାଇଡ୍‌ଲାଇନ୍ ଗୁଡିକ ହେଲା:

-ଦୋକାନୀମାନେ ନିଜ ଦୋକାନ ସମ୍ମୁଖରେ ଡବଲ ବ୍ୟାରିକେଡ୍‌ ଲଗାଇବେ ।

-ଦୋକାନୀ ମାସ୍କ ପିନ୍ଧିବେ ଏବଂ ଦୋକାନା ସମ୍ମୁଖରେ ନୋ ମାସ୍କ ନୋ ସାଇନ୍‌ବୋର୍ଡ ଲଗାଇବେ ।

-ଗ୍ରାହକଙ୍କ ପାଇଁ ଦୋକାନ ସମ୍ମୁଖରେ ୨ ମିଟର ବ୍ୟବଧାନର ସର୍କଲ ରହିବ ।

-ସାନିଟାଇଜର ଓ ହାତ ଧୋଇବା ପାଇଁ ବ୍ୟବସ୍ଥା କରିବେ ।

-ସବୁ ଗ୍ରାହକଙ୍କ ପାଇଁ କଣ୍ଟାକ୍ଟ ଡାଏରୀ ପ୍ରସ୍ତୁତ କରିବେ ।

ତେବେ ଜିଲ୍ଲା ପ୍ରଶାସନର ଏହି ସବୁ ନିର୍ଦ୍ଦେଶ ନମାନିଲେ ଦୋକାନୀଙ୍କଠାରୁ ଜରିମାନା ଆଦାୟ କରାଯିବ । ସଂପୃକ୍ତ ଦୋକାନୀଙ୍କ ବିରୋଧରେ ଏତଲା ଦିଆଯିବା ସହ ଏକ ମାସ ପାଇଁ ଦୋକାନ ବନ୍ଦ ହେବ । ସେହିପରି କରୋନା ସମୟରେ ଏକଠି ବସି ତାସ ଖେଳିବା ଉପରେ କଟକଣା ଲଗାଯାଇଛି । ତାସ, କ୍ରିକେଟ୍‌, ଭଲିବଲ୍‌ ଆଦି ଖେଳ ହୋଇପାରିବ ନାହିଁ । ନିୟମ ନମାନିଲେ ସେମାନଙ୍କ ବିରୋଧରେ ଏତଲା ହେବା ସହ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.