ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୬୦୭୩ କରୋନା ପଜିଟିଭ୍‌ ଚିହ୍ନଟ, ୧୦ ଆକ୍ରାନ୍ତ ମୃତ

ଭୁବନେଶ୍ବର: ରାଜ୍ୟରେ ୨ହଜାର ଟପିଲା କରୋନା ଜନିତ ମୃତ୍ୟୁ। ୨୦୦୭କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା। ଆଜି ୧୦ ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ରୁ ୩, ରାୟଗଡ଼ାରୁ ୨ ଓ ବୌଦ୍ଧରୁ ଜଣଙ୍କ ଜୀବନ ନେଇଛି ଭାଇରସ୍‌। ୫୦ହଜାର ଉପରେ ରହିଛି ଆକ୍‌ଟିଭ୍‌ କେସ୍‌। ୫୦ ହଜାର ୯ଶହ ୫୮ରେ ପହଞ୍ଚିଛି ଆକ୍‌ଟିଭ୍‌ କେସ୍‌।

ସେପଟେ ଆଜି ପୁଣି ୬ ହଜାର ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ଘଣ୍ଟାରେ ଆଉ ୬୦୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ପୁଣି ୧ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ସର୍ବାଧିକ ୧୦୯୨ ଜଣ ନୂଆ ପଜିଟିଭ୍‌ ରହିଛନ୍ତି। ବଲାଙ୍ଗୀରରୁ ୪୫୭, ନୂଆପଡାରୁ ୪୦୦ ଓ ସୁନ୍ଦରଗଡ଼ରୁ ୩୭୧ ନୂଆ କେସ୍‌ ରହିଛି।

ଝାରସୁଗୁଡ଼ାରୁ ୩୫୯, ବରଗଡ଼ରୁ ୨୮୬, କଳାହାଣ୍ଡିରୁ ୨୭୭ ନୂଆ ସଂକ୍ରମିତ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୪ଲକ୍ଷ ୨୦ହଜାର ୧୨୯କୁ ବୃଦ୍ଧି ପାଇଛି । ରାଜରେ ଆକ୍ଟିଭ୍‌ କେସ୍‌ ୫୦ ହଜାର ୯ଶହ ୫୮ ଥିବା ବେଳେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୬୭ ହଜାର ୧୧୧ । ମେ ୧୫ ପର୍ଯ୍ୟନ୍ତ ସଂକ୍ରମଣ ବଢିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.