ଆମେରିକାରେ କରୋନା ରେକର୍ଡ: ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି, ଗଲା ୨୭୬୦ ଜଣଙ୍କ ଜୀବନ

ଆମେରିକା: ଆମେରିକାରେ କରୋନା ରେକର୍ଡ। ଗତ ୨୪ ଘଣ୍ଟା କୋଭିଡ ୧୯ ମହାମାରୀର ଏକ ମାରାତ୍ମକ ଦିନ ଭାବେ ଗଣନା କରାଯାଇଛି । ଗୋଟିଏ ଦିନରେ ୨୭୬୦ ଜଣଙ୍କ ଜୀବନ ନେଇଛି କରୋନା । ଏହାସହ ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପାର କରିଛି ।

ପ୍ରଥମ ଥର ପାଇଁ ୧ ଲକ୍ଷରୁ ଅଧିକ ଲୋକ ଗୋଟିଏ ଦିନରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆମେରିକାରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୩ ହଜାର ଛୁଇଁଛି । ଯଦି ଏଭଳି ସଂଖ୍ୟାରେ ମୃତ୍ୟୁ ହେଲେ ଆସନ୍ତା ସପ୍ତାହରେ ୩ ଲକ୍ଷ ଟପିପାରେ । ବୁଧବାର ସଂଧ୍ୟାରେ ଏହି ରେକର୍ଡ ହୋଇଛି । ପୂର୍ବରୁ ଏପ୍ରିଲ ୧୫ ଥିଲା ସବୁଠୁ ମାରାତ୍ମକ ଦିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.