Below header

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସୁଛି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, କରୋନା ସ୍ଥିତି ନେଇ ହେବ ଆଲୋଚନା

ଭୁବନେଶ୍ବର: ଆଜି ବସୁଛି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କରୋନା ସ୍ଥିତି ନେଇ ଆଲୋଚନା ହେବ । ବିଶେଷ କରି ପଶ୍ଚିମବଙ୍ଗ, ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶର ସ୍ଥିତି ନେଇ ଆଲୋଚନା କରାଯିବ । କିଛି ରାଜ୍ୟରେ ଲକ୍‌ଡାଉନ୍‌ ନିୟମ ପାଳନ କରାଯାଉନଥିବା ନେଇ ଅଭିଯୋଗ ଆସିଥିଲା । ଏହା ପରେ କେନ୍ଦ୍ରରୁ ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍‌ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଜି କ୍ୟାବିନେଟ୍‌ରେ ଏହା ଉପରେ ଆଲୋଚନା ହୋଇପାରେ । ଏହା ସହ ଅର୍ଥନୀତି ଓ ଆଇନଶୃଙ୍ଖଳା ଆଦି ପ୍ରସଙ୍ଗରେ କ୍ୟାବିନେଟ୍‌ରେ ଆଲୋଚନା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.