ପାରାଦୀପ ଭାରତୀୟ ତଟରକ୍ଷୀ ବାହିନୀର ଆବାସିକ ଅଞ୍ଚଳରେ ୭୦ରୁ ଅଧିକ ଶ୍ରମିକଙ୍କ ଧାରଣା, ଜାଣନ୍ତୁ କଣ ରହିଛି କାରଣ

ପାରାଦୀପ: ପାରାଦୀପ ସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀର ଆବାସିକ ଅଞ୍ଚଳରେ ଶ୍ରମିକଙ୍କ ଧାରଣା । ନିର୍ମାଣ ଚାଲିଥିବା କନଷ୍ଟ୍ରକସନ୍‌ରେ ଅନୁମତି ନମିଳିବାରୁ ପ୍ରାୟ ୭୦ରୁ ଅଧିକ ଶ୍ରମିକ ଧାରଣା ଦେଇଛନ୍ତି । ସାମାଜିକ ଦୂରତ୍ୱ ଅବଲମ୍ବନ କରି କାମ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ହେଲେ ଏହି ଅନୁମତିକୁ ମାନୁନାହାନ୍ତି ତଟରକ୍ଷୀ କର୍ତ୍ତୃପକ୍ଷ । ଏପରିକି ଗେଟ୍‌ ମଧ୍ୟକୁ ପ୍ରବେଶ କରାଇଦେଉନଥିବା ଅଭିଯୋଗ କରିଛନ୍ତି ଶ୍ରମିକମାନେ । ସେପଟେ ଏହି ଶ୍ରମିକମାନଙ୍କ ମଧ୍ୟରୁ ୧୯ ଜଣ ମଧ୍ୟରାତ୍ରିରୁ ଚାଲି ଚାଲି ବାଲେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.