Below header

ରାଧାବିନୋଦ ପାଲ: ଏଭଳି ଏକ ଭାରତୀୟ, ଯାହାଙ୍କୁ ଜାପାନରେ ଭଗବାନଙ୍କ ଭଳି ପୂଜା କରାଯାଇଥାଏ

ରାଧାବିନୋଦ ପାଲ, ବୋଧ ହୁଏ ଆପଣମାନେ ଏହି ମହାନ ବ୍ୟକ୍ତିଙ୍କ ନାଁ ଶୁଣିନଥିବେ। ଏଭଳି ଅନେକ ଭାରତୀୟ ରହିଛନ୍ତି, ଯେଉଁମାନେ ମଧ୍ୟ ଏହି ମହାନ ବ୍ୟକ୍ତିଙ୍କୁ ଜାଣି ନାହାନ୍ତି କି ଚିହ୍ନି ପାରିନାହାନ୍ତି କିନ୍ତୁ ଏହି ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ, ଏହି ମହାନ ବ୍ୟକ୍ତିଙ୍କୁ ଜାପାନରେ ଲୋକମାନେ କେବଳ ଜାଣିନାହାଁନ୍ତି ବରଂ ଭଗବାନଙ୍କ ଭଳି ପୂଜା ମଧ୍ୟ କରିଥାନ୍ତି। ଏହିକାରଣରୁ ଜାପାନର ୟାସୁକୁନି ମନ୍ଦିର ଏବଂ କ୍ୟାତୋର ୟୋଜେନ ଗୋକୋକୁ ଦେବାଳୟରେ ଏହି ମହାନ ବ୍ୟକ୍ତିଙ୍କର ବିଶେଷ ସ୍ମାରକ ତିଆରି କରାଯାଇଛି।

radha

୨୭ ଜାନୁଆରୀ ୧୮୮୬ ମସିହାରେ ବଙ୍ଗଳା ପ୍ରାନ୍ତରେ ଜନ୍ମ ଗ୍ରହଣ କରିଥିବା ରାଧାବିନୋଦ ପାଲ ଅନ୍ତରାଷ୍ଟ୍ରୀୟ ଖ୍ୟାତି ପ୍ରାପ୍ତ ଭାରତୀୟ ନ୍ୟାୟାଧିସ ଥିଲେ। ସେ କୋଲକାତା ପ୍ରେସିଡେନ୍ସି କଲେଜ ଏବଂ କୋଲକାତା ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷାରେ ଅଧ୍ୟୟନ ସାରିବା ପରେ ୧୯୨୩ ରୁ ୧୯୩୬ ପର୍ଯ୍ୟନ୍ତ ସେ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ରହିଥିଲେ। ୧୯୪୧ମସିହାରେ ତାଙ୍କୁ କୋଲକାତା ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧିସ ରୂପେ ନିଯୁକ୍ତି କରାଯାଇଥିଲା।

radha

ରାଧାବିନୋଦ ପାଲ ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଜାପାନ ଦ୍ୱାରା କରାଯାଇଥିବା ଯୁଦ୍ଧ ଅପରାଧ ବିରୋଧରେ ଚାଲିଥିବା ଅନ୍ତରାଷ୍ଟ୍ରୀୟ ମକୋଦମା ‘ଟୋକୟୋ ଟ୍ରାୟଲସ’ରେ ଭାରତୀୟ ଜଜ ଥିଲେ। ତାଙ୍କୁ ବ୍ରିଟିସ ସରକାର ଭାରତର ପ୍ରତିନିଧି କରିଥିଲେ। ସୂଚନା ମୁତାବକ ସମୁଦାୟ ୧୧ଜଣ ଜଜଙ୍କ ମଧ୍ୟରେ ସେ ଏକମାତ୍ର ଜଜ ଥିଲେ, ଯିଏ ନିଷ୍ପତି କରିଥିଲେ ସମସ୍ତ ଯୁଦ୍ଧ ଅପରାଧୀ ନିର୍ଦୋଷ। ଏହି ଯୁଦ୍ଧବନ୍ଦୀମାନଙ୍କ ମଧ୍ୟରେ ଜାପାନର ତତ୍କାଳିନ ପ୍ରଧାନମନ୍ତ୍ରୀ ହିଦେକି ତୋଜୋଙ୍କ ସହିତ ୨୦ରୁ ଅଧିକ ଅନ୍ୟ ନେତା ଏବଂ ସୈନ୍ୟ ଅଧିକାରୀ ସାମିଲ ଥିଲେ।

ନ୍ୟାୟାଧିସ ପାଲ ନିଜ ନିଷ୍ପତିରେ ଲେଖିଥିଲେ, କୌଣସି ଘଟଣା ଘଟିବା ପରେ ତା ବିଷୟରେ କାନୁନ କରିବା ଉଚିତ ନୁହେଁ। ଏହିକାରଣରୁ ସେ ଯୁଦ୍ଧବନ୍ଦୀଙ୍କ ପାଇଁ ମକୋଦମା କରିବା ସହ ବିଶ୍ବଯୁଦ୍ଧର ବିଜେତା ସମସ୍ତିଙ୍କୁ ଛାଡି ଦେବା ପାଇଁ ନିଷ୍ପତି ଶୁଣାଇଥିବା ବେଳେ ଅନ୍ୟ ଜଜମାନେ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ। ଏହିକାରଣରୁ ଜାପାନରେ ଆଜି ମଧ୍ୟ ତାଙ୍କୁ ଏକ ମହାନ ବ୍ୟକ୍ତିଙ୍କ ପରି ସମ୍ମାନ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.