Below header

ନିୟମ ଭାଙ୍ଗି ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି ହେଲେ ଗଜପତି ଜିଲ୍ଲାର ଜଣେ ଅଙ୍ଗନବାଡି କର୍ମୀ

ଗଜପତି : କରୋନା ମହାମାରି ସହ ଲଢେଇ କରିବା ପାଇଁ ସାରା ଭାରତ ବର୍ଷରେ ଲକଡାଉନ ଜାରି ରହିଥିବା ବେଳେ ଆମ ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଏହି ପରିପେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ଲକଡାଉନ ଜାରି ରହିଛି । ତେବେ ପଡୋଶି ଆନ୍ଧ୍ରପ୍ରଦେଶ ଗଜପତି ଜିଲ୍ଲାକୁ ଲାଗି ରହିଥିବାରୁ ଅନ୍ତଃରାଜ୍ୟ ସୀମା କଡାକଡି କରାଯାଇଛି ସିଲ୍ ପ୍ରକ୍ରିୟା । ତେବେ ଠାରୁ ପାରଳାଖେମୁଣ୍ଡିକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର ପାତପାଟନମ୍ ମଣ୍ଡଳମ୍‌ରେ ୪ଟି କରୋନା ସଂକ୍ରମିତ ଘୋଷଣା ହେବା ପରେ ଗଜପତି ଜିଲ୍ଲାର ପଡୋଶୀ ଆନ୍ଧ୍ରପ୍ରଦେଶର ସମସ୍ତ ଗଳା ବାଟ ମଧ୍ୟ ବନ୍ଦ କରି ଦିଆଯାଇଛି । ତଥାପି ଆଜି ଏକ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ବିଭିନ୍ନ ପ୍ରଶ୍ନ ସୃଷ୍ଟି କରୁଛି ।

aganbadiଆନ୍ଧ୍ର-ଓଡିଶା ସୀମା ଠାରେ ଠିଆ ହୋଇଥିବା ଏହି ମହିଳା ଜଣଙ୍କ ହେଉଛିନ୍ତି ଆର.ସୀତାପୁର ଗ୍ରାମର ଅଙ୍ଗନବାଡି କର୍ମୀ ସବିତା ପଟ୍ଟନାୟକ ଗତ ୭ ଦିନ ପୂର୍ବେ ନିଜ ମାଆଙ୍କ ଦେହ ଖରାପ ଥିବା ଯୋଗୁଁ ୩୨କିମି ଆନ୍ଧ୍ରପ୍ରଦେଶର ଟେକିଲି ଗ୍ରାମକୁ ଯାଇଥିଲେ । ପ୍ରଥମେ ୮ କିଲୋମିଟର ଚାଲି ଚାଲି ଓଡିଶା ସୀମା ପାର ହେଲେ ପରେ ଏକ ସିମେଣ୍ଟ ବଝୋଇ ଟ୍ରକ୍‌ରେ ଜେଣତେଣ ଟେକିଲି ଗ୍ରାମରେ ପହଁଚିଥିଲେ । ଉଚ୍ଚ ପଦସ୍ତ ଅଧିକାରୀଙ୍କ ଚାପ ପଡିବା ପରେ ସେ ପୁଣି ଥରେ ଆଜି ନିଜ ଭାଇର ବାଇକ ଯୋଗେ ଆନ୍ଧ୍ର ସୀମା ପାର ହୋଇ ଗଜପତି ଜିଲ୍ଲା ଢାମୁଣୀଗାଁ ନାକା ପଏଣ୍ଟ ପାର ହେଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇ ଏହାର ସୂଚନା ଜିଲ୍ଲା ପ୍ରଶାସନକୁ ଦେଇଥିଲା ।

gajapatiପରେ ସୂଚନା ପାଇ ପାରଳାଖେମୁଣ୍ଡି ତହସିଦାର ଅଚ୍ୟୁତା ନନ୍ଦ ଜାନି ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ କରିବା ପରେ ଉକ୍ତ ଅଙ୍ଗନବାଡି କର୍ମୀ ଜଣଙ୍କୁ ବି.ସୀତାପୁର ଠାରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ନେଇ ଆସିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଅଙ୍ଗନବାଡି କର୍ମୀ ଜଣକ କାହାର ଅନୁମତିରେ ଆନ୍ଧ୍ରପ୍ରଦେଶର ଟେକିଲି ଗ୍ରାମକୁ ଯାଇଥିଲେ ଆଉ କେଉଁ ବିଭାଗୀୟ ଅଧିକାରୀଙ୍କ ଚାପରେ ପୁଣି ଫେରୁଥିଲେ । ଯେଉଁମାନଙ୍କ ଉପରେ ଲୋକଙ୍କୁ ସଚେତନ କରିବା ଲୋକଙ୍କ ଧ୍ୟାନ ରଖିବା ଏବଂ ଅଂଚଳର ସୂଚନା ଜିଲ୍ଲା ପ୍ରଶାସନକୁ ଦେବା ପାଇଁ ଦାୟିତ୍ୱ ରହିଛି ସେମାନେ ଏପରି ଅମାନ୍ୟ ହେବେ ତା ହେଲେ ବର୍ତ୍ତମାନ ସୁଦ୍ଧା କରୋନା ମୁକ୍ତ ଗଜପତି ଜିଲ୍ଲା କରୋନାର ସଂକ୍ରମଣରେ କଲବଲ ହେବା ନିଶ୍ଚିତ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.