Below header

ଜାଣନ୍ତୁ ଚଳିତ ବର୍ଷକୁ ନେଇ କେମିତି କିଛି ଥଟ୍ଟା ପରିହାସ ଯାହା ସତ ହୋଇ ଯାଇଛି

ଯେମିତି ଭାଗ୍ୟର ଟି-ଟେ୍ଵଣ୍ଟି ଖେଳ ଚାଲିଛି ଏଇ ୨୦୨୦ରେ । ଯେତେବେଳେ ୨୦୧୯ ଡିସେମ୍ବର ୩୧ ତାରିଖରୁ ୨୦୨୦ ଜାନୁଆରୀ ୧ ତାରିଖ ଯାଏ ସାରା ବିଶ୍ୱବାସୀ ଜୋରଦାର ଭାବେ ସ୍ୱାଗତ କରିଥିଲେ ନୂଆ ବର୍ଷକୁ । କିଏ ମନ୍ଦିରରେ ପ୍ରାର୍ଥନା କରିଥିଲା ତ କିଏ ନାଚଗୀତରେ ସେଲିବ୍ରେଟ୍‌ କରିଥିଲା ନୂଆ ବର୍ଷକୁ ସ୍ୱାଗତ କରି । ହେଲେ କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଯେ ୨୦୨୦ ଏଭଳି ଭାବେ ସମସ୍ତଙ୍କୁ ଅଣନିଶ୍ୱାସୀ କରିଦେବ । ଲକ୍ଷ ଲକ୍ଷ ଜୀବନ ନେବ ଆଉ ଘର ଭିତରେ ବନ୍ଦୀ ରଖିବ । ପୁଣି କେବେ କରୋନା ଦୁନିଆରୁ ଚାଲିଯିବ ସେ କଥା କେହି ବି କହିବା ସମ୍ଭବ ହେଉନାହିଁ । କାରଣ ଏହି ମାରାତ୍ମକ ଭାଇରସ୍‌କୁ ମାରିବାର ଅସ୍ତ୍ର କାହା ପାଖରେ ନାହିଁ । ତେଣୁ ଏହା ଆଗରେ ମୁଣ୍ଡ ନୁଆଇଁ କେବଳ ସାବଧାନ ରହିବା ହେଉଛି ଏକମାତ୍ର ଔଷଧ ।

deathସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ଟପି ସାରିଥିବା ବେଳେ ଭାରତରେ ୧ ହଜାର ଟପିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । କେବଳ ସାଧାରଣ ଲୋକ ନୁହେଁ ରୋଗ ବିରୋଧରେ ଲଢୁଥିବା ଯୋଦ୍ଧା ବିଏହି ଭୂତାଣୁର ଶିକାର ହେଉଛନ୍ତି । ତେଣୁ କେତେ ଭୟଙ୍କର ଏହି ଭାଇରସ୍‌ ସେକଥାରୁ ଜାଣି ପାରୁଥିବେ । ଲୋକେ ଏବେ ପୋକ ମାଛି ଭଳି ମରୁଥିବା ବେଳେ ଲଗାତର ଦୁଇ ଦିନରେ ଦୁଇଜଣ ନାମକରା ବଲିଉଡ୍‌ ଅଭିନେତାଙ୍କ ମୃତ୍ୟୁ ଚଳିତ ବର୍ଷଟି କାହା ପାଇଁ ଭଲ ନୁହେଁ ବୋଲି କଥାଟି ଲୋକଙ୍କ ମନକୁ ଆସିଛି । ଏମିତିକି ଏ ସବୟରେ ମୃତ୍ୟୁ ହେଲେ ବାପର ମରଦେହକୁ ପୁଅ ବି ଛୁଇଁବାକୁ ଡରୁଛି ।

mask

ଶବ ସହିତ ଯାଉଛନ୍ତି ମାତ୍ର କେଇଜଣ ହାତ ଗଣତି ଲୋକ । ନହେଲେ ପୋଲିସ୍‌ ପ୍ରଶାସନ ଶେଷକୃତ୍ୟ କରୁଛନ୍ତି ।
ସତରେ କି କାଳ ହେଲା ! ସମସ୍ତେ ଏବେ ଭୟଭୀତ ଅବସ୍ଥାରେ । କାହାର କେତେବେଳେ କଣ ହେବ କହିବା ମୁସ୍କିଲ । ପୁଣି ଏହି ରୋଗ ଏମିତି ଯେ ମଣିଷକୁ କିଛି କରାଇ ଦେଉ ନାହିଁ । ମୁହଁରେ ତୁଣ୍ଡି ବାନ୍ଧି ରହିବାକୁ ପଡୁଛି । ନିଜ ଲୋକଙ୍କ ଠାରୁ ଦୂରେଇ ଦେଇଛି କରୋନା । ହାତବାନ୍ଧି ଘରେ ବସିବାକୁ ବାଧ୍ୟ କରିଛି ।

ବର୍ଷର ଇଏତ ମାତ୍ର ୪ଟି ମାସ ଯିବାକୁ ବସିଛି, ଆହୁରି ୮ ମାସ ବାକି ଅଛି । ଦେଖିବାର କଥା ଆଉ କି ରଙ୍ଗ ଦେଖାଇବାକୁ ବାକି ଅଛି ୨୦୨୦ । କାରଣ କିଛି ଭବଷ୍ୟବାଣୀ ଅନୁସାରେ ଆଗକୁ ଝଡ଼ବାତ୍ୟା, ବନ୍ୟା, ଭୂମିକମ୍ପ, ସମୁଦ୍ର ମାଡ଼ି ଆସିବା ଭଳି ବ୍ୟାପକ ଭାବେ ପ୍ରାକୃତିକ ବିପର୍ଯ୍ୟ ଘଟିବାର ଅଛି ।

ତେବେ ୨୦୨୦ ଆସୁଥିବା ଅବସରରେ ବିଶ୍ୱରେ କିଛି ଲୋକ ଏହାକୁ ନେଇ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ । ଆମେ ସେଥିରୁ କିଛି ବାଛି ଆଣିଛୁ । ଯାହା ମଧ୍ୟରୁ କିଛି ସତ ହୋଇଛି ଓ ଆଉ କିଛି ବୋଧହୁଏ ସତ ହେବାକୁ ଯାଉଛି ।

ROBOT୧-ଜଣେ କହିଥିଲେ ୨୦୨୦ରେ ଆମକୁ ରୋବଟ୍‌ ଚିକିତ୍ସା କରିବେ । ଏବେ ଦେଖନ୍ତୁ କରୋନାରେ ଡାକ୍ତର ଓ ନର୍ସ ସଂକ୍ରମିତ ହେଉଥିବାରୁ ରୋବାଟଙ୍କୁ ଚିକିତ୍ସା କାମରେ ବ୍ୟବହାର କରାଯାଉଛି ।
୨-ଅନ୍ୟ ଜଣେ କହିଥିଲେ ଆମେ ଏଥର ଘରେ ବସି ଭୋଟ୍‌ ଦେବା ଓ ଆଉ ଜଣେ କହିଥିଲେ ସମସ୍ତେ ଘରେ ବସିବେ ଏବଂ କାମ କରିବେ ନାହିଁ କିନ୍ତୁ ରୋଜଗାର କରିବେ । ଏ କଥା କିଛି ପରିମାଣରେ ସତ ହୋଇଛି ଓ ହୁଏତ ହେବାକୁ ଯାଉଛି ।
୩-ଜଣେ ବ୍ୟକ୍ତି କହିଥିଲେ ଯେ ଆମେ ଆଗକୁ ଆଣ୍ଟଇନା ଟୋପି ଓ ପୁରୁଣା ମୋଜା ପିନ୍ଧିବା । ଏବେ କରୋନା ପାଇଁ ଅନେକ ବିଦେଶୀ ଲୋକ ସେମାନଙ୍କ ପୁରୁଣା ମୋଜାକୁ ମାସ୍କ ଭାବେ ବ୍ୟବହାର କରୁଛନ୍ତି ।
କଣ ସତ କଣ ମିଛ ସେ କଥା ଭାବି ଲାଭ ନାହିଁ । କାରଣ ଆମେ ସମସ୍ତେ ଜୀଉଛନ୍ତି ବର୍ତ୍ତମାନକୁ ନେଇ । ପରିସ୍ଥିତିକୁ ଦେଖି ଯଦି ତାର ସାମନା କରିବାର ସାହସ ରଖିବା ତେବେ ବିପଦକୁ ଟାଳି ପାରିବା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.