ଋଷି କପୁରଙ୍କ ନିଧନରେ ଖେଳଜଗତ ବି ଦୁଃଖୀ, ସଚିନ- କୋହଲି ସମେତ ଏହି ଖେଳାଳି ଜଣାଇଲେ ଶ୍ରଦ୍ଧାଞ୍ଜଳି

ଆଜି ପୁଣିଥରେ ବଲିଉଡର ଆଉ ଏକ ଅପୂରଣୀୟ କ୍ଷତି ଘଟିଛି। ଗତକାଲି ଇରଫାନ ଖାନଙ୍କ ବିୟୋଗ ଘଟିଥିବା ବେଳେ ଆଜି ସିନେ ଜଗତକୁ ଅଲବିଦା କହିଛନ୍ତି ଲୋକପ୍ରିୟ ଅଭିନେତା ଋଷି କପୁର। ୬୭ ବର୍ଷ ବୟସରେ ମୁମ୍ବାଇର ରିଲାଏନ୍ସ ମେଡିକାଲରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ହେବ ସେ କ୍ୟାନସରରେ ପୀଡିତ ଥିଲେ। ତାଙ୍କ ନିଧନରେ ଫିଲ୍ମ ଇଣ୍ଡଷ୍ଟ୍ରୀ ବ୍ୟତୀତ ସଚିନ ତେନ୍ଦୁଲକର, ବିରାଟ କୋହଲି ସମେତ ଖେଳ ଜଗତର ଷ୍ଟାରମାନେ ମଧ୍ୟ ଦୁଃଖ ବ୍ୟକ୍ତ କରିଛନ୍ତି।

Rishi Kapoor Passes Away: Virat Kohli, Shikhar Dhawan And Other ...

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଟ୍ୱିଟ କରି କହିଛନ୍ତି ଯେ ଋଷିଜୀଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖ ଲାଗିଲା। ମୁଁ ତାଙ୍କ ଫିଲ୍ମ ଦେଖି ବଡ଼ ହୋଇଛି ଓ ଯେତେବେଳେ ବି ତାଙ୍କୁ ଭେଟିଛି ସେ ସବୁବେଳେ ଭଲ ଭାବେ ମିଶିଛନ୍ତି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।

ଅନ୍ୟପଟେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ମଧ୍ୟ ଶୋକବ୍ୟକ୍ତ କରି କହିଛନ୍ତି ଯେ ଏହା ଅବିଶ୍ୱାସନୀୟ, କାଲି ଇରଫାନ ଖାନ ଓ ଆଜି ଋଷି କପୁରଜୀ। ଆଜି ଜଣେ ଲେଜେଣ୍ଡଙ୍କ ନିଧନ ହୋଇଛି, ଏହାକୁ ସ୍ୱୀକାର କରିବା ବହୁତ ମୁସ୍କିଲ। ତାଙ୍କ ପରିବାର ପ୍ରତି ମୋ ସମବେଦନା।

ଭାରତର ବିଶିଷ୍ଟ ପହିଲିମାନ ତଥା ଦୁଇ ଥର ଅଲମ୍ପିକ ବିଜେତା ସୁଶୀଲ କୁମାର ମଧ୍ୟ ଋଷି କପୁରଙ୍କ ନିଧନରେ ଶୋକ ପ୍ରକାଶ କରି ଟ୍ୱିଟ କରିଛନ୍ତି ଯେ ଋଷି କପୁରଙ୍କ ଦେହାନ୍ତ କଥା ଶୁଣି ମୁଁ ଖୁବ ଦୁଃଖିତ। ପରିବାରକୁ ସମବେଦନା ଜଣାଉଛି।

ସେହିପରି ବିରେନ୍ଦ୍ର ସେହୱାଗ, ମହମ୍ମଦ କୈଫ, ଭିଭିଏସ ଲକ୍ଷ୍ମଣ, ମହେଶ ଭୂପତି ସମେତ ଅନ୍ୟାନ୍ୟ ଖେଳାଳି ମାନେ ମଧ୍ୟ ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.