ବାଗଚୀଙ୍କ ପ୍ରେସ୍‌ମିଟ୍‌ : ‘ଆମ ସରକାରଙ୍କ ପାଖରେ ବଜେଟ୍‌ କମ୍‌ ଥାଇ ପାରେ ହେଲେ ରହିଛି ପ୍ରବଳ ଆତ୍ମବିଶ୍ୱାସ’

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଆଜିର ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାର ସୁଯୋଗ ଦେଇଥିଲେ । ଶ୍ରୀ ବାଗଚୀ କିଛି ପ୍ରଶ୍ନ କରିଥିଲେ ଓ ତାର ଉତ୍ତର ରଖିଥିଲେ ଶ୍ରୀ ଶର୍ମା । ବିଶେଷ କରି କରୋନାର ପ୍ରତିରୋଧ ଏବଂ ଏହାର ମୁକାବିଲା କରିବାରେ କିଭଳି ଭାବେ ବିଭିନ୍ନ ପ୍ରଶାସନିକ ଟିମ୍‌ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି ସେ ସମ୍ପର୍କରେ ଶ୍ରୀ ଶର୍ମା ସବିଶେଷ ସୂଚନା ଦେଇଥିଲେ ।

HEMANT SHARMAକିଭଳି ଭାବେ କରୋନା ପରୀକ୍ଷା ପାଇଁ ମେସିନ୍‌ ଓ ଅନ୍ୟ ସାମଗ୍ରୀ ଆଣିବା ପାଇଁ ବନ୍ଦ ଥିବା ନାସିକ ବିମାନ ବନ୍ଦରକୁ ଖୋଲା ଯାଇଥିଲା, କିଭଳି ଭାବେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୁଦ୍ଧରେ ବଜେଟ୍‌ ଦେଖ ନାହିଁ ଏବଂ ଦରକାର ପଡ଼ିଲେ ରାଜ୍ୟ ସରକାର ବ୍ଲାଙ୍କ ଚେକ୍‌ ଦେବେ ବୋଲି କହିଥିବା ବିଷୟରେ ଶ୍ରୀ ଶର୍ମା ଜଣାଥିଲେ । ସେ ଆହୁରି କହିଛନ୍ତି ଯେ ଆମ ସରକାରଙ୍କ ପାଖରେ ଅଧିକ ବଜେଟ୍‌ ନଥାଇ ପାରେ ହେଲେ ଭରପୂର ଆତ୍ମବିଶ୍ୱାସ ରହିଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ ସବୁ ଦିନ ଭଳି ବିଶ୍ୱ, ଦେଶ ଓ ରାଜ୍ୟରେ କୋଭିଡ୍‌ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ ।

ଦେଖନ୍ତୁ ସମ୍ପୂର୍ଣ୍ଣ ପ୍ରେସ୍‌ ମିଟ୍‌….

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.