ବ୍ୟାଙ୍କ୍‌ ଯିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ନହେଲେ ଫେରିବା ସାର ହେବ, କରୋନା ପାଇଁ ବ୍ୟାଙ୍କ୍‌ କେବଳ ଏହି ସବୁ ଜରୁରୀ କାମ କରିବ

କରୋନା ଭାଇରସ୍‌ ସଂକ୍ରମଣ ବିପଦକୁ ଦୃଷ୍ଟିରେ ରଖି ଦେଶର ସବୁ ସହରରେ ଲକ୍‌ ଡାଉନ୍‌ ବ୍ୟବସ୍ଥା ଲଗାଯାଇଛି । ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ହେବା ପରେ ସୋମବାର ବ୍ୟାଙ୍କ୍‌ ଖୋଲିଛି ।

ତେବେ ଏହି ଲକ୍‌ଡାଉନ୍‌ ସମୟରେ ବ୍ୟାଙ୍କ୍‌ କେଉଁ କାର୍ଯ୍ୟ କରିବେ ସେ ସମ୍ପର୍କରେ ସୂଚନା ଦିଆଯାଇଛି । ଲୋକେ ବ୍ୟାଙ୍କ ଯିବା ପୂର୍ବରୁ ଜାଣିବା ଊଚିତ ଯେ ଏହି ସମୟରେ ବ୍ୟାଙ୍କରେ କେଉଁ କାର୍ଯ୍ୟ ହେବ । ନଚେତ୍‌ ଆପଣ ଯାଇ ବ୍ୟାଙ୍କ୍‌ରୁ ଫେରିବା କେବଳ ସାର ହେବ । ଏହି ସମୟରେ ବ୍ୟାଙ୍କ୍‌ କେବଳ ପେମେଣ୍ଟ, ଟଙ୍କା ଟ୍ରାନ୍ସଫର୍‌, ଚେକ୍‌ କ୍ଲିୟରାନ୍ସ, ଡିପୋଜିଟ୍‌, ଟଙ୍କା କାଢ଼ିବା ଆଦି କାର୍ଯ୍ୟ ହେବ ।

କାରଣ ବ୍ୟାଙ୍କ୍‌ ଏହି ସମୟରେ ଅଳ୍ପ କର୍ମଚାରୀରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ସବୁ ଗ୍ରାହକଙ୍କୁ ବ୍ୟାଙ୍କ କତ୍ତୃପକ୍ଷ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ନିହାତି ଜରୁରୀ କାମ ନଥିଲେ ବ୍ୟାଙ୍କ୍‌ ନ ଆସିବା ପାଇଁ ବ୍ୟାଙ୍କ୍‌ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.