କରୋନା ଯୋଗୁ ଘରେ ରହି କାମ କରୁଥିଲେ ଏହି ସବୁ ଉପାୟ ଆପଣାନ୍ତୁ, ଆଦୌ ଅସୁବିଧା ହେବନି

କରୋନା ଭାଇରସର ପ୍ରଭାବ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାରର ପନ୍ଥା ଆପଣାଉଛନ୍ତି। ସେଥି ମଧ୍ୟରୁ ସବୁଠାରୁ ଭଲ ଉପାୟ ହେଉଛି ଘରେ ରହିବା। ଘରେ ରହିଲେ ଏହି ଭାଇରସ ବ୍ୟାପିବାର ଭୟ ରହିବ ନାହିଁ। କିନ୍ତୁ ଚାକିରିଆଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ। ଏଣୁ ସରକାର ସମସ୍ତଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଣୁ ଏବେ ଅଧିକାଂଶ ଲୋକ ଘରେ ରହି କାମ କରିବା ବା work from home କରୁଛନ୍ତି। ଯଦି ଆପଣ ମଧ୍ୟ ଘରେ ରହି କାମ କରିବା ଆରମ୍ଭ କରୁଛନ୍ତି ତେବେ ନିମ୍ନୋକ୍ତ ଉପାୟ ଆପଣାନ୍ତୁ…

work from home

ଘରେ ରହି କାମ କରିବା ବେଳେ ଆପଣ ନିଶ୍ଚୟ ଘର ପୋଷାକ ପିନ୍ଧି କାମ କରିବାକୁ ଚିନ୍ତା କରୁଥିବେ। କିନ୍ତୁ ଘର ପିନ୍ଧା ଡ୍ରେସ ବଦଳରେ ଆପଣ ଯଦି ଅଫିସ ପିନ୍ଧା ଡ୍ରେସ ପିନ୍ଧି କାମ କରିବେ, ତେବେ ଆପଣଙ୍କୁ ଅଫିସରେ ରହି କାମ କରିବା ଭଳି ଲାଗିବ। ଏହା ବ୍ୟତୀତ ଯଦି କୌଣସି କାମ ପାଇଁ ଆପଣଙ୍କୁ ଭିଡିଓ କଲ ବି କରିବାକୁ ପଡ଼େ ତେବେ ଆପଣ ସହଜରେ କରିପାରିବେ।

ଘରେ ରହି କାମ କରିବା ବେଳେ ଏକ ରୁଟିନ୍ କରିନିଅନ୍ତୁ। ଏହା ଦ୍ୱାରା ଆପଣ ସହଜରେ ତଥା ବିନା ଦ୍ବିଧାରେ କାମ କରିପାରିବେ।

ଡାକ୍ତରଙ୍କ କହିବାନୁଯାୟୀ କାମ କରିବା ବେଳେ ସବୁବେଳେ ସଠିକ ପୋଜିସନରେ ବସିବା ଉଚିତ। ଏହା ଦ୍ୱାରା କାମରେ ମନ ଲାଗି ରହେ। ଏଣୁ କମ୍ପ୍ୟୁଟର କିମ୍ବା ଲାପଟପ୍ ରେ କାମ କରୁଥିଲେ ଚେୟାର ବସି କାମ କରନ୍ତୁ। ଘରେ ଅଫିସ ଭଳି ମାହୋଲ କରି କାମ କରିବା ଦ୍ୱାରା କାମରେ ମନ ଲାଗିରହେ।

ୱର୍କ ଫ୍ରମ ହୋମର ଅର୍ଥ ଆପଣ ସବୁବେଳେ ବସି କାମ କରିବେ ନୁହେଁ। କାମ କରିବା ବେଳେ ମଝିରେ ମଝିରେ ଉଠି ଘରର ଅନ୍ୟ ସଦସ୍ୟଙ୍କ ସହ କଥାବାର୍ତ୍ତା ହୁଅନ୍ତୁ। ଏହା ଦ୍ୱାରା ଆପଣଙ୍କ ମନ ହାଲକା ହେବ ଓ କାମ କରିବା ବେଳେ ଫୁର୍ତ୍ତି ଲାଗିବ।

ଅଫିସରେ କାମ କରିବା ବେଳେ ଯେମିତି ସହକର୍ମୀଙ୍କ ସହ କଥାବାର୍ତ୍ତା କରି କାମ କରୁ, ଘରେ ସେଭଳି ମାହୋଲ ନ ଥାଏ। ଏଣୁ ଏକା ଲାଗିବା ସ୍ୱାଭାବିକ କଥା। ଏକୁଟିଆ ଲାଗିଲେ ଆପଣ ଏହି ସମୟରେ ଅଫିସ ସହକର୍ମୀଙ୍କ ସହ ମଧ୍ୟ କଥା ହୁଅନ୍ତୁ। ଏହା ଦ୍ୱାରା ମନ ହାଲକା ରହିବା ସହ ସେ କେତେ କାମ କଲେ ତାହା ବି ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.