ଜନତା କର୍ଫ୍ୟୁ: ନିଜ ବାଲକୋନୀରେ ଛିଡା ହୋଇ ତାଳି ମାରୁଥିବା ବେଳେ କାନ୍ଦି ପକାଇଲେ ଏହି ଅଭିନେତ୍ରୀ, ଦେଖନ୍ତୁ ଭିଡିଓ

ରବିବାର 22 ମାର୍ଚ୍ଚକୁ ସାରା ଦେଶର ଲୋକେ ଜନତା କର୍ଫ୍ୟୁ ପାଳନ କରିଥିଲେ । ସମସ୍ତେ ନିଜ ନିଜ ବାଲକୋନୀରେ ଛିଡା ହୋଇ ତାଳି ମାରିବା ସହ ଥାଳି, ଘଣ୍ଟ, ଘଣ୍ଟି ଆଦି ବଜାଇଥିଲେ । ତେବେ ଏହାରି ଭିତରେ ହରିୟାଣୀ ସିଙ୍ଗର ତଥା ଡ୍ୟାନ୍ସର ସପନା ଚୌଧୁରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବାଲକୋନୀରେ ଛିଡା ହୋଇ ତାଳି ମାରୁଥିବା ବେଳେ ତାଙ୍କ ଆଖିରୁ ଲୁହ ଝରି ଆସୁଥିବା ନଜର ଆସୁଛି । ସପନା ଭାବୁକ ହୋଇ କାନ୍ଦିବାରେ ଲାଗୁଛନ୍ତି ।

ଏହି ଭିଡିଓକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓ ସହ ସେ କ୍ୟାପସନ ଲେଖିଛନ୍ତି, ଖରାପ ସମୟରେ ବି କିଛି ଭଲ ହୋଇଥାଏ । ଆମ ଏକତା ଓ ଅଖଣ୍ଡତା ଦେଖି ଗର୍ଵ ଲାଗୁଛି । ଭିଡିଓରେ ତାଙ୍କ ପଡ଼ୋଶୀମାନେ ମଧ୍ୟ ତାଳି ମାରୁଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.