କରୋନାକୁ ‘ଚୀନୀ ଭାଇରସ୍‌’ କହିବାରୁ ରାଗିଗଲା ଚୀନ୍‌, ୩ ଆମେରିକୀୟ ସାମ୍ବାଦିକଙ୍କୁ ଦେଶରୁ କଲା ବିଦା

ଚୀନ୍‌ର ବୁହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ଦୁନିଆ ପାଇଁ ଆତଙ୍କ ପାଲଟିଥିଲେ ବି ଚୀନ୍‌ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ୍‌କୁ ଚୀନୀ ଭାଇରସ୍‌ କହିବା ଚୀନ୍‌କୁ ଏତେ ବାଧିଲା ଯେ ସେ ନିଜ ଦେଶରେ ଥିବା ଆମେରିକୀୟ ଖବରକାଗଜର ତିନି ସାମ୍ବାଦିକଙ୍କୁ ଦେଶରୁ ନିଷ୍କାସିତ କରିଦେଇଛି।

china

ରିପୋର୍ଟ ମୁତାବକ ବୁଧବାର ଚୀନ୍‌ ଦ ନ୍ୟୁୟର୍କ ଟାଇମ୍ସ, ଦ ଓ୍ଵାଶିଂଟନ୍‌ ପୋଷ୍ଟ ଓ ଦ ଓ୍ଵାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ସହ ଜଡ଼ିତ ସାମ୍ବାଦିକଙ୍କୁ ଦେଶରୁ ବାହାର କରିଛି। ତେବେ ପୂର୍ବରୁ କୌଣସି ଦେଶରେ ବିଦେଶୀ ସାମ୍ବାଦିକଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା, ଏହା ପ୍ରଥମ ଘଟଣା ବୋଲି ଜଣାଯାଇଛି।

china3

କରୋନା ଭାଇରସ୍‌କୁ ନେଇ ଆମେରିକା ଓ ଚୀନ୍‌ ମଧ୍ୟରେ ପୁଣି ଥରେ ତିକ୍ତତା ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କରୋନା ଭାଇରସ୍‌କୁ ଚୀନୀ ଭାଇରସ୍‌ କହିବା ପରେ ଏହି ମାମଲା ଉଗ୍ର ରୂପଧାରଣ କରିଥିଲା। ଏହା ପରେ ଚୀନ୍‌ ସରକାରଙ୍କ ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ କରୋନା ଭାଇରସ୍‌ ପଛରେ ଆମେରିକାର ହାତ ଥିବା ଦାବି କରିଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ଚୀନ୍‌ ସଫେଇ ଦେଇ କହିଥିଲା ଯେ ହଂକଂ ଓ ମକାଓ ସମେତ ଚୀନ୍‌ର କୌଣସି ସ୍ଥାନରେ କୌଣସି ବାହାର ଦେଶର ବ୍ୟକ୍ତିଙ୍କୁ ସାମ୍ବାଦିକ ଭାବେ ରହିବାକୁ ଅନୁମତି ଦିଆଯିବ ନାହିଁ।

usa

ତେବେ ନିକଟରେ ଆମେରିକା ଚୀନ୍‌ର କିଛି ସରକାରୀ ମିଡିଆ ପାଇଁ କେତେକ କଡ଼ା ଆଇନ୍‌ ବନାଇଥିଲେ, ଫଳରେ ଚୀନ୍‌ର ସାମ୍ବାଦିକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଣୁ ଆମେରିକାର ସାମ୍ବାଦିକଙ୍କୁ ଦେଶରୁ ବିତାଡ଼ିତ କରି ଚୀନ୍‌ ସେହି ଘଟଣାର ପ୍ରତିଶୋଧ ନେଇଛି ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.