ଶେଷକୃତ୍ୟର ପରମ୍ପରା ଭାଙ୍ଗିଲା କରୋନା, ବିନା ସଖା ସହୋଦରରେ ହେବ ଅନ୍ତ୍ୟେଷ୍ଟି କ୍ରିୟା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅନେକ କିଛି ଉଜାଡ଼ିଛି କରୋନା । ଖାଲି ମଣିଷ ଜୀବନ ନେଉନି ତା ସହିତ ମଣିଷର ଗତିରୋଧ କରିଛି । ପୁଣି ଭାଙ୍ଗି ଦେଇଛି ଅନେକ ପରମ୍ପରା । ସେ ହିନ୍ଦୁ ହେଉ କି ମୁସଲମାନ କିମ୍ବା ଅନ୍ୟ ସମ୍ପ୍ରଦାୟର । ସମସ୍ତଙ୍କର ଅନ୍ତ୍ୟେଷ୍ଟି କ୍ରିୟା କିଛି ସ୍ୱତନ୍ତ୍ର ଭାବେ ହୋଇଥାଏ । ହେଲେ ସେହି ପରମ୍ପରାକୁ ଭାଙ୍ଗି ଦେଇଛି କରୋନା । ହିନ୍ଦୁ ପରମ୍ପରାରେ ଶବ ସତ୍କାର ବେଳେ ସମସ୍ତ ବନ୍ଧୁ ପରିଜନ ଏକାଠି ହୁଅନ୍ତି । ସେମାନେ ଶେଷ ଶ୍ରଦ୍ଧାଞ୍ଜଳି ଦିଅନ୍ତି । ଚାରି କାନ୍ଧ ଦରକାର ହୁଏ ଶବ ନେବାକୁ । ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ ଡାକରେ ଶବକୁ ଶ୍ମଶାନ ନିଆଯାଏ । ଶ୍ମଶାନରେ ଶବକୁ ଗାଧୋଇ ଦେଇ ନୂଆ ବସ୍ତ୍ର ଓ ଫୁଲମାଳ ଆଦି ପିନ୍ଧାଇ ଅନ୍ୟ ରୀତି ନୀତି ପାଳନ କରାଯାଇଥାଏ । ଆମ ଧର୍ମ ଶାସ୍ତ୍ରରେ ଦାହ ସଂସ୍କାରକୁ ଅନ୍ତିମ ଯଜ୍ଞ କୁହାଯାଏ । ଏବେ ଏ ସବୁ ଆଉ ହୋଇ ପାରିବ ନାହିଁ । କୁହାଯାଏ ସୁଚାରୁ ରୂପେ ଅନ୍ତ୍ୟେଷ୍ଟି କ୍ରିୟା କରାଗଲେ ମୃତ ବ୍ୟକ୍ତି ସ୍ୱର୍ଗ ଲୋକକୁ ପ୍ରାପ୍ତ ହୁଏ ।

SANSKARAପରିସ୍ଥିତି ପରିସ୍ଥିତି ଦେଖି ସରକାର କରିଛନ୍ତି ନିୟମ

କରୋନାରେ ମୃତକଙ୍କ ପାଇଁ ଶବ ସତ୍କାର ଭିନ୍ନ ପ୍ରକାରର ହେବ । ଏ ନେଇ ରାଜ୍ୟ ସରକାର ଏକ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ । ଏହି ଗାଇଡ୍‌ ଲାଇନ୍‌ ଅନୁସାରେ ମୃତକଙ୍କ ମରଶରୀରକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ।

BAGCHI-1

ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାଧାନରେ ଶେଷକୃତ୍ୟ କରାଯିବ । କାରଣ କରୋନା ପଜେଟିଭ୍‌ଙ୍କ ମଅତଦେହରୁ ମଧ୍ୟ ଭାଇରସ୍‌ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଶେଷକୃତ୍ୟ ବେଳେ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।
ଆଗାମୀ ଦିନରେ କରୋନା ଲଢ଼େଇ ଆହୁରି ଶକ୍ତ ହେବ ବୋଲି ସେ ସୂଚାଇ ଦେଇଛନ୍ତି । ତେବେ ମଣିଷ ଏବେ ଲକ୍‌ଡାଉନ୍‌ରେ ଅଛି କିନ୍ତୁ ସମସ୍ତେ ନିଜ ମାନବିକତାକୁ ଲକ୍‌ଡାଉନ୍‌ କରନ୍ତୁ ନାହିଁ ବୋଲି ବାଗଚୀ କହିଛନ୍ତି । ଅର୍ଥାତ ମଣିଷ ପଣିଆକୁ ବଜାୟ ରଖିବାକୁ ସେ ଆହ୍ଵାନ ଦେଇଛନ୍ତି ।

କଟକ ଜିଲ୍ଲାପାଳଙ୍କୁ ଭୂୟସୀ ପ୍ରଶଂସା

ବାପା କହିଥିଲେ କୌଣସି କାର୍ଯ୍ୟକୁ ଅସମାପ୍ତ ରଖିବ ନାହିଁ । ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମଂ ତପ । ପିତରି ପ୍ରୀତିମାପନ୍ନେ ପ୍ରୟନ୍ତି ସର୍ବ ଦେବତା । ଆଉ ବାପାଙ୍କ କଥାକୁ ମନରେ ରଖି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆଜି ସବୁ ପ୍ରଶାସକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କ ପାଇଁ ଆମେ ଗର୍ବିତ । କାରଣ ବାପାଙ୍କ ପରଲୋକ ସତ୍ତ୍ୱେ ସେ ଛୁଟି ନନେଇ କରୋନା ଲଢ଼େଇରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି ।
ଆହୁରି ମଧ୍ୟ ୪୨ ଜଣ ନିଜାମୁଦ୍ଦିନ ଫେରନ୍ତା ନିଜ ନାମ ରେଜିଷ୍ଟ୍ରେସନ୍‌ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.