ବାରିପଦାରେ ଆସନ୍ତା ୧୪ ତାରିଖରେ ଖୋଲିବ କିମ୍‌ସର ୩ୟ ଜିଲ୍ଲାସ୍ତରୀୟ କୋଭିଡ୍‌ ହସ୍ପିଟାଲ, ମୟୂରଭଂଜ ଜିଲ୍ଲା ପ୍ରଶାସନ ସହ ଏମ୍‌ଓୟୁ

ସାତ ଦିନ ଭିତରେ ବାରିପଦାଠାରେ ପ୍ରତିଷ୍ଠା ହେବା କୋଭିଡ୍‌-୧୯ ହସ୍ପିଟାଲ। ମୟୂରଭଂଜ ଜିଲ୍ଲା ପ୍ରଶାସନ, କିମ୍‌ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ କିମ୍‌ସ ସିଇଓ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀଙ୍କ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ବାରିପଦା ଉପକଣ୍ଠରେ ନୂଆରେ ତିଆରି କିସ୍‌ ଆବାସିକ ବିଦ୍ୟାଳୟଠାରେ ଏହି କୋଭିଡ୍‌ ହସ୍ପିଟାଲ ଖୋଲିବ। ୨ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍‌ ହସ୍ପିଟାଲରେ ରହିବ, ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ। ଆସନ୍ତା ୧୪ ତାରିଖରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ।

BARIPADA_3

ମୟୂରଭଂଜ ପୂର୍ବରୁ ଜିଲ୍ଲା ସ୍ତରରେ ଉଭୟ କନ୍ଧମାଳ ଓ ବଲାଙ୍ଗିରରେ ଜିଲ୍ଲାସ୍ତରୀୟ କୋଭିଡ-୧୯ ହସ୍‌ପିଟାଲ ପାଇଁ ଏମ୍‌ଓୟୁ କରିଥିଲା କିମ୍‌ସ। କନ୍ଧମାଳରେ ୧୦ଟି ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବ । ସେହିପରି ବଲାଙ୍ଗିରରେ ହେବ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ୍‌ । ଏଠାରେ ମଧ୍ୟ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ରହିବ । ଏହା ପୂର୍ବରୁ ପ୍ରଥମ କୋଭିଡ୍‌ ହସ୍ପିଟାଲ, କିମ୍‌ସ, ଓଡ଼ିଶା ସରକାର ଏବଂ ଓଏମ୍‌ସି ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ କିମ୍‌ସରେ ସ୍ଥାପନ ହୋଇଥିଲା ଓଡ଼ିଶା କୋଭିଡ୍‌ ହସ୍ପିଟାଲ୍‌ । କିମ୍‌ସରେ ୫୦ଟି କ୍ରିଟିକାଲ କେୟାର ଶଯ୍ୟା ସମେତ ମୋଟ ୫୦୦ ଶଯ୍ୟା ରହିଛି । ଏହି ହସ୍‌ପିଟାଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ସମେତ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି ।

BARIPADA_4

କିମ୍‌ସରେ ପୂର୍ବରୁ ନିର୍ମାଣ କରାଯାଇଥିବା ଏକ ସ୍ୱତନ୍ତ୍ର ବ୍ଳକକୁ ଓଡ଼ିଶା କୋଭିଡ୍‌-୧୯ ହସ୍‌ପିଟାଲ ପାଇଁ ଉତ୍ସର୍ଗ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଡାକ୍ତର, ନର୍ସ, ପାରାମେଡିକାଲ କର୍ମୀ ଓ ହାଉସ କିପିଂ କର୍ମଚାରୀ ନିୟୋଜିତ କରାଯାଇଛି । କିମ୍‌ସ ପରିସରଠାରୁ କରୋନା ଆକ୍ରାନ୍ତ ରୋଗୀ ଏବଂ କରୋନା ସନ୍ଦିଗ୍‌ଧଙ୍କ ନିମନ୍ତେ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । କିମ୍‌ସକୁ ଚିକିିତ୍ସା ପାଇଁ ଆସୁଥିବା ରୋଗୀ ମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଯେଭଳି ନଆସିବେ ସେଥିପାଇଁ ହୋଇଛି ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା । କିମ୍‌ସର ଅନ୍ୟ ବିଭାଗ ଗୁଡିକ ସହ ଓଡ଼ିଶା କୋଭିଡ୍‌ ହସ୍‌ପିଟାଲ କୌଣସି ସମ୍ପର୍କ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.