Covid-19 ମୁକାବିଲା ପାଇଁ ତାମିଲନାଡୁରୁ ଓଡିଶାକୁ ଆସିଲା ଅତ୍ୟାଧୁନିକ ଲ୍ୟାବ ଉପକରଣ, ବାୟୁସେନାର ୨ଟି ସ୍ୱତନ୍ତ୍ର ବିମାନରେ ଆସି ଓଡ଼ିଶାରେ ପହଞ୍ଚିଲା

କେନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ମେଡିକାଲ ଲ୍ୟାବ୍ ପ୍ରସ୍ତୁତ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ତାମିଲନାଡ଼ୁରୁ ଭାରତୀୟ ବାୟୁସେନାର ୨ଟି ବିମାନରେ ଅଣାଯାଉଛି ମେଡିକାଲ ସରଞ୍ଜାମ। ପୂର୍ବରୁ ଦୈନିକ ଏକ ହଜାରରୁ ଅଧିକ ନମୂନା ପରୀକ୍ଷଣ ସୁବିଧା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । କରୋନା ସଂକ୍ରମଣକୁ ରୋକିବା ପାଇଁ ମଧ୍ୟ ସରକାର ୨୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏବେ ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ବାୟୁସେନାର ୨ଟି ସ୍ୱତନ୍ତ୍ର ବିମାନରେ ମେଡିକାଲ ସରଞ୍ଜାମ ଓଡ଼ିଶାକୁ ଅଣାଯାଉଛି। ବିମାନରେ ୧୯ଜଣଙ୍କ ସହ ୩୫୦୦ କିଲୋ ଓଜନର ସରଞ୍ଜାମ ଆସିବ ବୋଲି ସୂଚନା ମିଳିଛି ।ନୋଟିସ ପାଇବା ପରେ କମ ସମୟ ମଧ୍ୟରେ ଆଇସିଏମଆର କର୍ମଚାରୀ ଏବଂ ୩୫୦୦କିଲୋଗ୍ରାମ ମେଡିକାଲ ଉପକରଣକୁ ବିତରଣ କରାଯାଇଥିଲା । ବିମାନଟି ଉଡାଣ ଭରିବା ପୂର୍ବରୁ ସମସ୍ତ ମେଡିକାଲ ଉପକରଣ ଏବଂ କର୍ମଚାରୀଙ୍କ ସ୍କ୍ରିନିଙ୍ଗ କରାଯାଇଥିବା ସୂଚନା ମିଳିଛି। ଏହି ସରାଞ୍ଜମରେ ଭୁବନେଶ୍ୱରରେ ‘କୋଭିଡ୍‌-୧୯’ ଭାଇରସର ମୁକାବିଲା ପାଇଁ ମେଡିକାଲ ଲ୍ୟାବ୍ ସ୍ଥାପନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.