କରୋନା ପାଇଁ ସହାୟତାର ହାତ ବଢ଼ାଇଲେ ତେଲ୍‌ଗୁ ଅଭିନେତା ମୋହନ ବାବୁ ଓ ପୁଅ ବିଷ୍ଣୁ, ୮ଟି ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କଲେ

କରୋନା ପାଇଁ କିଏ ଖାଦ୍ୟ, ଗ୍ରୋସରୀ ଦେଉଛନ୍ତି ତ କିଏ ଦେଉଛନ୍ତି ସାନିଟାଇଜର ଓ ମାସ୍କ । ତେଲ୍‌ଗୁ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ର ମୋହନବାବୁ ଓ ତାଙ୍କ ପୁଅ ଚନ୍ଦ୍ରଗିରି ନିର୍ବାଚନ ମଣ୍ଡଳୀର ୮ଟି ଗାଁର ଗରୀବ ଲୋକଙ୍କୁ ଦେଉଛନ୍ତି ଦୈନିକ ଦୁଇ ବେଳା ଖାଇବା ।

କରୋନା ପାଇଁ ୨୧ ଦିନର ଲକ୍‌ଡାଉନ ଯୋଗୁ ସବୁ ବର୍ଗର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ସବୁଠୁ ଅସୁବିଧାରେ ଅଛନ୍ତି ଦୈନିକ କାମ କରି ପେଟ ପୋଶୁଥିବା ଲୋକେ । ଏମାନଙ୍କ ଅସୁବିଧା କଥା କହିଲେ ନସରେ । ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱଚ୍ଛଳ ବର୍ଗର ଲୋକେ ଅସୁବିଧାରେ ଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ।

 

mbabu

କିଏ ଖାଦ୍ୟ, ଗ୍ରୋସରୀ ଦେଉଥିବା ବେଳେ କିଏ ସାନିଟାଇଜର ଓ ମାସ୍କ ବାଣ୍ଟୁଛନ୍ତି । ବଲିଉଡ୍‌ର ବିଭିନ୍ନ ଅଭିନେତା ଗରୀବଙ୍କ ସହଯୋଗ ପାଇଁ ଆଗେଇ ଆସିଥିବା ବେଳେ ଏବେ ଟୋଲିଉଡ୍‌ର ଅଭିନେତା ମଧ୍ୟ ଆଗେଇ ଆସିଛନ୍ତି ।

ତେଲ୍‌ଗୁ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ର ମୋହନବାବୁ ଓ ତାଙ୍କ ପୁଅ ଚନ୍ଦ୍ରଗିରି ନିର୍ବାଚନ ମଣ୍ଡଳୀର ୮ଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଉକ୍ତ ୮ଟି ଗାଁର ଗରୀବ ଲୋକଙ୍କୁ ଦୈନିକ ଦୁଇ ବେଳା ଖାଇବାକୁ ଦେଉଛନ୍ତି ।

ଖାଲି ସେତିକି ନୁହେଁ ଏହି ଅଭିଯାନ ଲକ୍‌ଡାଉନ ଚାଲିଥିବା ଯାଏ ଜାରି ରହିବ ବୋଲି ମୋହନବାବୁ କହିଛନ୍ତି । ଏଥିସହ ନିୟମିତ ଭାବେ ୮ଟନ୍‌ ପରିବା ମଧ୍ୟ ବଣ୍ଟନ କରାଯାଉଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.