Below header

ଏହି ପରିବାରକୁ ସର୍ବଶାନ୍ତ କରିଦେଲା କରୋନା: ଡକାଡକି ହୋଇ ଚାଲିଗଲେ ଚାରି ଭାଇ

କୋଦଳା: କରୋନା ସାରା ଦେଶକୁ ହନ୍ତସନ୍ତ କରିସାରିଲାଣି । ପ୍ରତିଦିନ କରୋନା ନେବାରେ ଲାଗିଛି ମୁଣ୍ଡ ଉପରେ ମୁଣ୍ଡ । ତେବେ ଏମିତି ଏକ ପରିବାର ଯାହାକୁ ସର୍ବଶାନ୍ତ କରିଦେଇଛି ଏହି କରୋନା ଭାଇରସ୍ । ବେସାହାରା ହୋଇପଡିଛି ଏହି ପରିବାର । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅନ୍ତର୍ଗତ ଅଙ୍ଗାର ଗାଁର ଏହି ଘଟଣା ।

ସୂଚନା ମୁତାବକ, ଏହି ଗ୍ରାମର ସ୍ବର୍ଗତ ମହନ୍ତ ସାହୁଙ୍କ ୫ ପୁଅରୁ ଦୁଇ ବର୍ଷ ତଳେ ଦ୍ବିତୀୟ ପୁଅ(୫୫) ସ୍ବାଭାବିକ ଭାବେ ପ୍ରାଣ ହରାଇଥିଲେ । ତେବେ ବାକି ୪ ପୁଅଙ୍କ ମଧ୍ଯରୁ ସବୁଠୁ ସାନ ପୁଅ(୪୨) ଗତ ଜୁଲାଇ ମାସ ୧୪ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ । ତେବେ ଏଇଠି ଦୁଃଖ ସରିନଥିଲା ଠିକ୍ ସାନ ପୁଅ ମରିବାର ଦିନକ ପରେ ୩ୟ ପୁଅ(୪୮) ମଧ୍ଯ କରୋନାରେ ଆକ୍ରାନ୍ତ ହେଲେ । ସେ ବି କିଛି ଦିନ ହସ୍ପିଟାଲରେ ରହିବାପରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହାରିଲେ ।

Coronavirusଏଭଳି ସ୍ଥିତିରେ ପୁଣି ଏଇ ପରିବାରକୁ ଜୁଲାଇ ୧୮ରେ ମାଡିଆସିଲା କଳା ବାଦଲ । ବଡ ଭାଇ ମଧ୍ଯ ଆକ୍ରାନ୍ତ ହେଲେ କରୋନା ଭାଇରସ୍ ରେ । ଆଉ କିଛି ଦିନ ପରେ ସେ ମଧ୍ଯ ଶେଷ ନିଶ୍ବାସ ତ୍ଯାଗ କଲେ । ତେବେ ଏଯାଏ ତାଙ୍କର କରୋନା ରିପୋର୍ଟ ଆସିନଥିବା ପରିବାର ଲୋକେ କହିଛନ୍ତି । ଅପରପଟେ ୫ ଭାଇଙ୍କ ଭିତରୁ ଆଉ ଜଣେ ଭାଇ କିଛି ସ୍ବାସ୍ଥ୍ଯଗତ ସମସ୍ଯା କାରଣରୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତ ସପେଟମ୍ବର ୨୭ ତାରିଖରେ ସେ ମଧ୍ଯ ପ୍ରାଣ ହାରିଛନ୍ତି । ତେବେ ଏଭଳି ଏକ ଦୁଃଖଦାୟକ ଘଟଣା ପରେ ସାରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.