ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪୩୭, ମହାରାଷ୍ଟ୍ରରେ ସବୁଠୁ ଅଧିକ ଅକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା। ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪୩୭ରେ ପହଁଞ୍ଚିଛି। ଭାରତରେ ଏଯାଏ ୧୩,୩୮୭ ଆକ୍ରାନ୍ତ , ୧୭୪୯ ସୁସ୍ଥ ହୋଇଛନ୍ତି। ବିଭିନ୍ନ ହସ୍ପିଟାଲରେ ୧୧,୨୦୧ ଜଣ ଚିକିତ୍ସାଧୀନ ଅଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି।

corona newମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ଅକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ଏବେ ଯାଏଁ ୩୨୦୫ ଆକ୍ରାନ୍ତ ହୋଇଥିବାବେଳେ ୧୯୪ଜଣଙ୍କ ମୃତ ହୋଇଛି। ସେହିପରି ମଧ୍ୟ ପ୍ରଦେଶରେ ୧୧୨୦ ଆକ୍ରାନ୍ତ ହୋଇଥିବାବେଳେ ୫୩ ଜଣଙ୍କ ମୃତ ହୋଇଛି। ଗୁଜରାଟରେ ୯୩୦ ଆକ୍ରାନ୍ତ ହୋଇଛନ୍ତି ଓ ୩୬ଜଣଙ୍କ ମୃତ ହୋଇଛି। ଦିଲ୍ଲୀରେ ଏଯାଏ ୧୬୪୦ ଆକ୍ରାନ୍ତ ହୋଇଥିବାବେଳେ ମୃତ ସଂଖ୍ୟା ୩୮ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.