Below header

ଉହାନ ଲାବ୍‌ରୁ ଲିକ୍‌ ହୋଇଛି କି କରୋନା ଭାଇରସ୍‌ ? ଏନେଇ ଚୀନ୍‌ ସଠିକ୍‌ ତଥ୍ୟ ରଖୁ ବୋଲି କହିଲା ଆମେରିକା

ଚୀନ୍‌: ଚୀନ୍‌ର ଉହାନ ଲାବ୍‌ରୁ ଲିକ୍‌ ହୋଇଛି କି କରୋନା ଭାଇରସ୍‌ ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆମେରିକା ସନ୍ଦେହ କରୁଛି କି, ଉହାନ ସ୍ଥିତ ଲାବ୍‌ରେ ପରୀକ୍ଷାନିରୀକ୍ଷା କଲା ବେଳେ ଏହି ଭାଇରସ୍‌ ଲିକ୍‌ ହୋଇଛି । ଏ ଦିଗରେ ଯାଞ୍ଚ କରୁଛି ଆମେରିକା । ଭାଇରସ୍‌ ବ୍ୟାପିବା ନେଇ ଚୀନ୍‌ ସଠିକ୍‌ ତଥ୍ୟ ରଖୁ ବୋଲି କହିଛି ଆମେରିକା ।

trumpତେବେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି ଚୀନ୍‌ । ଲାବ୍‌ରୁ ଭାଇରସ୍‌ ଲିକ୍‌ ହେଉଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର । ଉହାନ ସ୍ଥିତ ଏକ ବଜାରରୁ ଭାଇରସ୍‌ ବ୍ୟାପିଥିବା ପ୍ରଥମରୁ ଦାବି କରି ଆସୁଛି ଚୀନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.