Below header

ରାମାୟଣର ସୀତା ଦୀପିକା ଏବେ ମନେ ପକାଉଛନ୍ତି ନିଜ ଅନସ୍କ୍ରିନ ଭଉଣୀ ମାନଙ୍କୁ, ସୋସିଆଲ ମିଡିଆରେ ସେୟାର କଲେ ଏହି ସବୁ ଫଟୋ

ଆଜିର ପିଢ଼ି କେବଳ ମାତ୍ର ରାମାନନ୍ଦ ସାଗରଙ୍କ “ରାମାୟଣ” ବିଷୟରେ ଘରର ବଡ଼ ମାନଙ୍କ ଠାରୁ ଶୁଣିଥିଲେ କିନ୍ତୁ ହୁଏତ କେବେ ଦେଖିନଥିଲେ । ସେମାନେ ହୁଏତ କେବେ ଭାବି ନଥିବେ ଯେ ସେହି ପୁରୁଣା ରାମାୟଣ ପୁଣି ଥରେ ପରଦା ଉପରକୁ ଆସିବ ବୋଲି । କିନ୍ତୁ ଦେଶବ୍ୟାପି ଲକ ଡାଉନ ପରିସ୍ଥିତି ଜାରି ହେବା ପରେ ପୁଣି ଥରେ ରାମାୟଣ, ମହାଭାରତ ଟେଲିକାଷ୍ଟ କରିବାକୁ ଦାବି ହୋଇଥିଲା । ଦର୍ଶକଙ୍କ ଦାବି ଅନୁଯାୟୀ ଏହି ଦୁଇ ସୋ’କୁ ପୁନଃ ପ୍ରସାରଣ କରାଗଲା । ପୁନ୍ହ ପ୍ରସାରଣ ପରେ ରମାନନ୍ଦ ସାଗରଙ୍କ ଐତିହାସିକ ରାମାୟଣକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

 

View this post on Instagram

 

#ramayan #girlpower#sita ji with her sisters 👍#shivsagarchopra#sagarworld#ramayanworld#spread love #spreadhappiness#spread positivity #3may 😊

A post shared by Dipika (@dipikachikhliatopiwala) on

 

ନିଜ ଅଭିନୟର ଯାଦୁରେ ପ୍ରତିଟି ଚରିତ୍ରକୁ ଜୀବନ୍ତ କରିଥିବା କଳାକାର ମାନେ ଏବେ ପୁଣିଥରେ ଲୋକ ଲୋଚନକୁ ଆସିଛନ୍ତି । ରାମାୟଣରେ ସୀତାଙ୍କ ଭୂମିକା ନିଭେଇଥିବା ଦୀପିକା ଚି଼ଖାଳିଆ ଓ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭୀଲଙ୍କ କଥା ଅଧିକ ମାତ୍ରାରେ ଲୋକ ମୁଖରେ ଶୁଣିବାକୁ ମିଳୁଛି । ଏଭିତରେ ସେହି କଳାକାର ମାନେ ବି ନିଜ ବିଗତ ଦିନର ସ୍ମୃତି ସବୁକୁ ସାଉଁଟି ବସିଛନ୍ତି । ସ୍ମୃତି ସବୁକୁ ମନେ ପକାଇ ଦୀପିକା ନିଜର କେତେ ଗୁଡିଏ ଥ୍ରୋ ବ୍ୟାକ ଫଟୋ ସବୁକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏହି ଫଟୋରେ ଦୀପିକା ନିଜ ଅନସ୍କ୍ରିନ ଭଉଣୀ ମାନଙ୍କ ସହ ନଜର ଆସିଛନ୍ତି | ନିଜ ଇଂସ୍ଟଗ୍ରାମ ଆକାଉଣ୍ଟରେ ଏହି ଫୋଟୋ ଗୁଡିକୁ ସେୟାର କରି ସେ “ନାରୀ ଶକ୍ତି”ର କ୍ୟାପ୍ସନ ମଧ୍ୟ ଦେଇଛନ୍ତି । କହିରଖିବା ଉଚିତ ହେବକି, ଏହା ପୂର୍ବରୁ ବି ଦୀପିକା ସେଟର ସମସ୍ତ କଳାକାରଙ୍କ ସହିତ ଏକ ଫଟୋ ସେୟାର କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.