ଆପଣଙ୍କ ପାଦରେ ଦେଖାଯାଉଛି କି ଏପରି ଦାଗ, ତେବେ ହୋଇଯାଆନ୍ତୁ ସଚେତନ ନଚେତ ହୋଇପାରନ୍ତି କରୋନାର ଶିକାର

କରୋନା ଭାଇରସରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ବିଶ୍ୱରେ ଏହି ଭାଇରସରେ ୧ଲକ୍ଷ ୪୩ହଜାରରୁ ଅଧିକ ଲୋକଙ୍କର ମୁତ୍ଯୁ ହୋଇସାରିଛି। ଭାରତରେ ମଧ୍ୟ ଏହାର ସଂଖ୍ୟା ବଢିବାରେ ଲାଗିଛି। ସୂଚନା ମୁତାବକ ବ୍ୟକ୍ତିମାନଙ୍କ ପାଖରେ କରୋନା ଲକ୍ଷଣକୁ ନେଇ ଭିନ୍ନ ଭିନ୍ନ ଦାବି କରାଯାଉଛି। କିନ୍ତୁ ବର୍ତ୍ତମାନ କରୋନା ଲକ୍ଷଣକୁ ନେଇ ଡାକ୍ତର କହିଛନ୍ତି, ଏହା ପାଦ ମାଧ୍ୟମରେ ମଧ୍ୟ ଆପଣଙ୍କୁ ସଂକ୍ରମିତ ହୋଇପାରେ।

 

corona image

ଜାଣନ୍ତୁ କଣ ରହିଛି ନୂଆ ଲକ୍ଷଣ:

ସ୍ପେନର ଡାକ୍ତରଙ୍କ କହିବାନୁଯାୟୀ କରୋନା ଭାଇରସର ପ୍ରଭାବ ପାଦରେ ମଧ୍ୟ ଦେଖିବାକୁ ମିଳିଛି। କିଛି ବ୍ୟକ୍ତିଙ୍କ ପାଦରେ ଦାଗ ଦେଖିବାକୁ ମିଳିଛି। ସ୍ପେନିସ ତ୍ୱଚା ବିଶେଷଜ୍ଞ ଚେତାବନୀ ଦେଇଛନ୍ତି, ଅନେକ COVID-19 ରୋଗୀଙ୍କ ପାଦରେ ଏକାଠି ବାଇଗଣୀ ରଙ୍ଗ ଦେଖିବାକୁ ମିଳିଛି। ବିଶେଷ ରୂପେ ଏହି ଦାଗ ଛୋଟ ପିଲା ଏବଂ ଯୁବପୀଢ଼ିଙ୍କ ପାଖରେ ଦେଖାଯାଉଛି। ଡାକ୍ତରଙ୍କ କହିବାନୁଯାୟୀ ଅନେକେ ଥର ଏହି ଦାଗ ଚିକେନପକ୍ସ ଦାଗ ଭଳି ଦେଖାଯାଇଥାଏ। ଏହିଭଳି ଦାଗ ପାଦର ଆଙ୍ଗୁଳି ପାଖାପାଖି ଦେଖାଯାଇଥାଏ।

ଏହି ଲକ୍ଷଣ ନେଇ ଡାକ୍ତର କହିଛନ୍ତି, ଏହି ଦାଗ ଦେଖାଯିବା ନେଇ ଏଥିରେ ଆହୁରି ରିସର୍ଚ୍ଚର ଆବଶ୍ୟକତା ରହିଛି। କିନ୍ତୁ ଏନେଇ ଲୋକମାନଙ୍କୁ ସଚେତନ ରହିବା ପାଇଁ ଡାକ୍ତର କହିଛନ୍ତି। ଏହିସହ ଯଦି ଏପରି ଦାଗ ପାଦରେ ନଜର ଆସିଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ।

ଏହାପୂର୍ବରୁ ବ୍ରିଟେନ ଏବଂ ଆମେରିକା ର ବିଶେଷଜ୍ଞ ଡାକ୍ତର କହିଥିଲେ, ଯଦି କୌଣସି ବ୍ୟକ୍ତିଙ୍କ ଶୁଂଘିବା ଶକ୍ତି ହ୍ରାସ ପାଇଥାଏ ଅର୍ଥାତ ଗନ୍ଧ ବାରିବାରେ ଯଦି ଅସମର୍ଥ ହୋଇଥାନ୍ତି ତେବେ ସେହି ବ୍ୟକ୍ତିଙ୍କ ପାଖରେ କରୋନା ଭାଇରସ ସଂକ୍ରମଣର ଆଶଙ୍କା ରହିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.