ସେପ୍ଟେମ୍ବର ସୁଦ୍ଧା ଆସିପାରେ କାରୋନା ଟୀକା, ଆସନ୍ତା ସପ୍ତାହରେ ଭ୍ୟାକସିନକୁ ୫୧୦ ଲୋକଙ୍କ ଠାରେ ହେବ ପରୀକ୍ଷଣ

ସବୁ ଦେଶ କାରୋନା ଟୀକା ପ୍ରସ୍ତୁତ କରିବାରେ ବ୍ୟସ୍ତ। ଆମେରିକାର ଅକ୍ସଫର୍ଡ ୟୁନିଭର୍ସିଟିର ବୈଜ୍ଞାନିକ ଭ୍ୟାକସିନର ଟ୍ରାଏଲର ପ୍ରଥମ ଚରଣର ପ୍ରସ୍ତୁତି କରିସାରିଛି। ଆସନ୍ତା ସପ୍ତାହରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସମ୍ଭାବନା ରହିଛି। ବୈଜ୍ଞାନିକ ପ୍ରଥମ ଚରଣ ଟେଷ୍ଟିଙ୍ଗ ୫୧୦ ଜଣ ଲୋକଙ୍କ ଠାରେ କରିବେ।

ରିସର୍ଚ୍ଚର କହିଛନ୍ତି ଯେ ଆମେ ଆସନ୍ତା ସପ୍ତାହରେ ମନୁଷ୍ୟଙ୍କ ଉପରେ ଏହି ଭ୍ୟାକସିନକୁ ଟ୍ରାଏଲ କରିବେ। ପୂର୍ବରୁ ଏହି ଭ୍ୟାକସିନର ପରୀକ୍ଷଣ ଅଲଗା ଅଲଗା ପ୍ରଜାତିର ଜୀବଙ୍କ ଠାରେ କରାଯାଇଥିଲା। ବୈଜ୍ଞାନିକ ମାନେ ଜଣାଇଛନ୍ତି ଯଦି ଏହି ଟୀକା ପରୀକ୍ଷଣ ସଫଳ ହୁଏ ତେବେ ଏହାକୁ ସେପ୍ଟେମ୍ବର ଭିତରେ ସମସ୍ତଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ କରାଯିବ।

corona vaccineଦୁନିଆରେ ୭୦ ଭ୍ୟାକସିନ ଉପରେ ଚାଲୁଛି ପରୀକ୍ଷଣ

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁଯାୟୀ ସାରା ଦୁନିଆରେ ପ୍ରାୟ ଶହେଟି ଦେଶର ବୈଜ୍ଞାନିକ କାରୋନା ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି। ୭୦ଟି ଭ୍ୟାକସିନ ଉପରେ ବୈଜ୍ଞାନିକ ମାନେ ରିସର୍ଚ୍ଚ କରୁଛନ୍ତି। ଆମେରିକା ଏବଂ ଚୀନର ତିନି ବୈଜ୍ଞାନିକ ଟିମ ଗୋଟିଏ ଭ୍ୟାକସିନକୁ ମନୁଷ୍ୟଙ୍କ ଉପରେ ଟ୍ରାଏଲ କରିବା ଆରମ୍ଭ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.