କୋଭିଡ ୧୯ର ମୁକାବିଲା ପାଇଁ ରୁଷିଆରେ ଟିକାକରଣ ଆରମ୍ଭ, ଗୁରୁତରଙ୍କୁ ମସ୍କୋରେ ଦିଆଯାଉଛି ଟିକା

ରୁଷିଆ: କୋଭିଡ ୧୯ର ମୁକାବିଲା ପାଇଁ ରୁଷିଆରେ ଟିକାକରଣ ଆରମ୍ଭ । ମସ୍କୋରେ ଆରମ୍ଭ ହୋଇଥିବା ଟିକାକରଣ ପ୍ରଥମେ କରୋନା ଭୁତାଣୁ ସଂକ୍ରମିତ ଗୁରୁତରଙ୍କୁ ଟିକା ଦିଆଯାଇଛି। କରୋନା ମୁକାବିଲା ପାଇଁ ରୁଷ ସ୍ଫୁଟନିକ- ଭି ଟିକା ପ୍ରସ୍ତୁତ କରିଛି। ଅଗଷ୍ଟରେ ଟିକାର ପଞ୍ଜିକରଣ ହୋଇଥିବା ବେଳେ ଏହା ୯୫ପ୍ରତିଶତ ଫଳପ୍ରଦ ହୋଇଥିବା କୁହାଯାଇଥିଲା।

ଏହାର ପ୍ରାୟ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା କୁହାଯାଇଛି। ଟିକା ନେବାପାଇଁ ହଜାର ସଂଖ୍ୟାରେ ଲୋକ ନିଜକୁ ପଞ୍ଜିକୃତ କରାଇଛନ୍ତି। ତେବେ କେତେ ଟିକା ପ୍ରସ୍ତୁତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ସ୍କୁଲ, ସ୍ୱାସ୍ଥ୍ୟ ସେବାରେ କାର୍ଯ୍ୟରତ କର୍ମଚାରୀ ଓ ସାମାଜିକ କର୍ମୀଙ୍କୁ ଏହି ଟିକାକରଣ କାର୍ଯ୍ୟରେ ପ୍ରାଥମିକତା ଦିଆଯିବ ବୋଲି ମସ୍କୋର ମେୟର ସେର୍ଗେଇ ସେବୟାନିନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.