ବିଶ୍ୱରେ କରୋନା ଭାଇରସରେ ମୃତ୍ୟୁସଂଖ୍ୟା ୨୪ ହଜାର ଟପିଲା, ସ୍ପେନ୍‌ରେ ଗୋଟିଏ ଦିନରେ ୭୧୮ ଜଣଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ବିଶ୍ୱର ୧୯୯ଟି ଦେଶରେ ବ୍ୟାପିଛି କରୋନା। ମୃତ୍ୟୁସଂଖ୍ୟା ୨୪ ହଜାରରୁ ଉର୍ଦ୍ଧ୍ୱ ଟପିଛି। ଏଯାଏ ୫.୩୧ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୨୩ ହଜାର ୯୪୨ ଲୋକ ସୁସ୍ଥହୋଇ ଫେରିଛନ୍ତି। ସେହିପରି ସ୍ପେନ୍‌ରେ ଅଣାୟତ ହୋଇପଡିଛି ସ୍ଥିତି। ଇଟାଲୀ ପରେ ସ୍ପେନ୍‌ରେ ଅଧିକ ମାରାତ୍ମକ ସାଜିଛି ଭାଇରସ। ଗୋଟିଏ ଦିନରେ ୭୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ୪୩୬୫ରେ ପହଞ୍ଚିଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ। ୮୫ ହଜାରରୁ ଉର୍ଦ୍ଧ୍ୱ ଟିପିଛି ସଂଖ୍ୟା। ୧୨୯୩ଜଣଙ୍କ ମୃତ୍ୟୁ ହୋଇଛି।

coronaଗୋଟିଏ ଦିନରେ ଇଟାଲିରେ ୭୧୨ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୮ହଜାର ୨୧୫ରେ ପହଞ୍ଚିଛି। ସେହିପରି ସ୍ପେନ୍‌ରେ ଅଣାୟତ ହୋଇପଡିଛି ସ୍ଥିତି। ଗୋଟିଏ ଦିନରେ ୭୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ୪୩୬୫ରେ ପହଞ୍ଚିଛି। ଚୀନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୩ହଜାର ୨୯୨ରେ ପହଞ୍ଚିଛି। ଇରାନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୨ହଜାର ୨୩୪ରେ ପହଞ୍ଚିଛି। ଫ୍ରାନ୍ସରେ ବର୍ତ୍ତମାନ ସୁଦ୍ଧା ୧ହଜାର ୬୯୬ଜଣଙ୍କ ଜୀବନ ଯାଇଛି। ଆହୁରି ଅନେକ ଦେଶରେ ଶତାଧିକ ଲୋକଙ୍କ ପ୍ରାଣ ନେଲାଣି ଘାତକ କରୋନା ଭାଇରସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.