Below header

କରୋନା ସ୍ଥିତିରେ ସ୍ତନ୍ୟପାନ କରାଉଥିବା ମହିଳା ଏମିତି ନିଅନ୍ତୁ ନିଜର ତଥା ପିଲାଙ୍କ ଯତ୍ନ, ପାଖ ମାଡ଼ିବନି ବିପଦ

କରୋନା ଭାଇରସ୍‌ର ଆତଙ୍କ ଏବେ ସାରା ବିଶ୍ୱକୁ ଗ୍ରାସିଛି। ଏହି ଭାଇରସ୍‌ର ଭାକ୍ସିନ୍‌ ବାହାରିନଥିବାରୁ ଲୋକମାନେ ଅଧିକ ଭୟଭୀତ ଅଛନ୍ତି। ଏହି ସମୟରେ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଥିବା ବେଳେ ଖାସ୍‌ କରି ରୋଗୀ, ଗର୍ଭବତୀ ମହିଳା ଓ ନବଜାତକଙ୍କ ଅଧିକ ଯତ୍ନ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଶିଶୁମାନଙ୍କ ଶରୀର ଖୁବ୍‌ ନମନୀୟ ତଥା ସେନ୍‌ସେଟିଭ୍‌ ହୋଇଥିବାରୁ ସେମାନଙ୍କର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ତେବେ ବର୍ତ୍ତମାନର ସବୁଠାରୁ ଭଲ ଖବର ହେଉଛି ଏପର୍ଯ୍ୟନ୍ତ କୌଣସି ଶିଶୁଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିନାହିଁ। ତେବେ ଆସନ୍ତୁ ଜାଣିବା ଏହି ସମୟରେ ଯଦି ଆପଣ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି ତେବେ ନିଜକୁ ତଥା ଶିଶୁର ଯତ୍ନ ନେବେ କିପରି…

corona

କରୋନାରୁ ରକ୍ଷା ପାଇବାର ସବୁଠାରୁ ଭଲ ଉପାୟ ହେଉଛି ସତର୍କତା। କେବଳ ସତର୍କ ରହିଲେ ହିଁ ଆପଣ କରୋନକୁ ମାତ୍‌ ଦେଇପାରିବେ। ଏଥିପାଇଁ ଆପଣ ପ୍ରଥମେ ନିଜର ଯତ୍ନ ନିଅନ୍ତୁ।

hand wash

ନବଜାତକ ସଂସ୍ପର୍ଶରେ ଆସିବା ପୂର୍ବରୁ ନିଜ ହାତକୁ ପରିଷ୍କାର କରି ସାବୁନ୍‌ କିମ୍ବା ହ୍ୟାଣ୍ଡ ଓ୍ଵାଶ୍‌ରେ ଧୋଇଦିଅନ୍ତୁ। ତା’ପରେ ହିଁ ଛୁଆକୁ କୋଳକୁ ନିଅନ୍ତୁ।

feeding

ନବଜାତକ ପାଇଁ ମା’କ୍ଷୀର ଅମୃତ ସମାନ ହୋଇଥାଏ। ଏଣୁ ବର୍ତ୍ତମାନ ସମୟରେ ସ୍ତନ୍ୟପାନ କରାଇବା ଶିଶୁର ସ୍ୱାସ୍ଥ୍ୟ ପାଇଁ ନିହାତି ଲାଭଦାୟକ ରହିବ। ସଂକ୍ରମଣକୁ ରୋକିବା ତଥା ଭାଇରସ୍‌ ସହ ଲଢ଼ିବାରେ ମା’ କ୍ଷୀର ସାହାଯ୍ୟ କରେ। ଏଣୁ ଶିଶୁକୁ ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ଦେବା ଉଚିତ।

ଯଦି ଆପଣଙ୍କ ଶିଶୁର ବୟସ ୬ ମାସରୁ କମ୍‌ ଓ ଶିଶୁ ସ୍ତନପାନ କରୁଛି ତେବେ ତାକୁ କେବଳ ମା’କ୍ଷୀର ହିଁ ଦିଅନ୍ତୁ। ଏହା ଦ୍ୱାରା ତା’ର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ।

feeding

ଯଦି ଛୁଆକୁ ମା’କ୍ଷୀର ସହ ପ୍ୟାକେଜ୍‌ଡ ଫୁଡ୍‌ ବି ଦେଉଛନ୍ତି ତେବେ କିଛି ଦିନ ପର୍ଯ୍ୟନ୍ତ ବାହାର ଖାଦ୍ୟ ଦେବା ବନ୍ଦ କରିଦିଅନ୍ତୁ। କରୋନା ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଛୁଆକୁ କେବଳ ମା’ କ୍ଷୀର ହିଁ ଦିଅନ୍ତୁ। ଏହା ଦ୍ୱାରା ସଂକ୍ରମଣର ଆଶଙ୍କା କମ୍‌ ରହିବ।

ଯଦି ଛୁଆ ଟିକେ ବଡ଼ ହୋଇଯାଇଛି କିନ୍ତୁ ଏବେ ବି ସ୍ତନ୍ୟପାନ କରୁଛି, ତେବେ ଏବେ ଏହି ପ୍ରକ୍ରିୟାକୁ ଚାଲୁ ରଖନ୍ତୁ। କାରଣ ମା’ କ୍ଷୀର ଛୁଆଙ୍କ ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ୍‌ କରିଥାଏ।

breast feeding

ବର୍ତ୍ତମାନ ସ୍ଥିତିରେ ଛୁଆଙ୍କ ଅଧିକ ଯତ୍ନ ନିଅନ୍ତୁ। ଯେତେ ପାରୁଛନ୍ତି ଛୁଆକୁ ବାହାର ଜିନିଷ ଠାରୁ ଦୂରେଇ ରଖନ୍ତୁ।

ଛୁଆଙ୍କୁ ବାହାରର ଖେଳଣାଠାରୁ ଦୂରରେ ରଖନ୍ତୁ। ଯଦି କିଛି ବାହାରର ଖେଳଣା ଦେଉଛନ୍ତି ତେବେ ତାକୁ ପ୍ରଥମେ ସାନିଟାଇଜରରେ ପରିଷ୍କାର କରନ୍ତୁ ଓ ପରେ ଶିଶୁକୁ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.