ବିଶ୍ୱରେ ୩୦ କୋଟି ଟପିଲା ସଂକ୍ରମଣ, ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଭାରତ

କେନ୍ଯୁଜ୍: ମହାମାରୀର ସୁନାମୀରେ ଭାସୁଛି ବିଶ୍ୱ । ୩୦ କୋଟି ଟପିଲା ସଂକ୍ରମଣ । ଆମେରିକା ପରେ ଭାରତ ଦ୍ୱିତୀୟ କରୋନା ପ୍ରଭାବିତ ଭାବେ ରହିଛି । ଏଯାଏ ମହାମାରୀରେ ପ୍ରାୟ ୫୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ବିଶ୍ୱରେ ୨୫ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭ ହଜାର ଜୀବନ ନେଇଛି କିଲର ଭାଇରସ୍‌ । ଓମିକ୍ରନ୍‌ ସଂକ୍ରମଣ ଯୋଗୁ ସଂକ୍ରମିତ ରାଷ୍ଟ୍ର ତାଲିକାର ଶୀର୍ଷରେ ଥିବା ଆମେରିକାରେ ୭ ଲକ୍ଷ ୫୦ ହଜାରରୁ ଅଧିକ ନୂଆ ପଜିଟିଭ ବାହାରିଛନ୍ତି ।

ସେହିପରି ଫାନ୍ସରେ ୨ ଲକ୍ଷ ୬୧ ହଜାର, ଇଟାଲୀରେ ୨ ଲକ୍ଷ ୧୯ ହଜାର, ବ୍ରିଟେନରେ ୧ ଲକ୍ଷ ୮୦ ହଜାର ଓ ଆର୍ଜେଣ୍ଟିନାରେ ୧ ଲକ୍ଷ ୯ ହଜାର ନୂଆ କେସ ବାହାରିଛି । ବ୍ରିଟେନରେ ଅତି ଭୟଙ୍କର ସ୍ଥିତି ଉପୁଜିଛି । ଲାଗାତାର ଭାବେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଛି । ହସ୍ପିଟାଲ ବେଡ ଅଭାବ ଦେଖାଦେଇଛି । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବ ସମସ୍ୟା ବଢିଛି । ସ୍ଥିିତି ନିୟନ୍ତ୍ରଣ ବାହାରେ ଥିବାରୁ ହସ୍ପିଟାଲରେ ଡାକ୍ତରଙ୍କୁ ସହଯୋଗ କରିବାକୁ ସେନା ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.