ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ଖେଳିପାରନ୍ତି ବିରାଟ, ନେଟ୍ସକୁ ଫେରି ଆରମ୍ଭ କରିଛନ୍ତି ଅଭ୍ୟାସ

କେନ୍ଯୁଜ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ଖେଳିପାରନ୍ତି କୋହଲି । ନେଟ୍ସକୁ ଫେରି ଅଭ୍ୟାସ ଆରମ୍ଭ କରିଛନ୍ତି ବିରାଟ । ପିଠିରେ ଯନ୍ତ୍ରଣା ଯୋଗୁ ଦ୍ୱିତୀୟ ଟେଷ୍ଟ ଖେଳିନଥିଲେ । ମଙ୍ଗଳବାରଠୁ କେପଟାଉନ୍ରେ ଆରମ୍ଭ ହେବ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ । ଏବେ ଦଳ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ କେପ୍ଟାଉନ ଅଭିମୁଖେ ବାହାରିଲାଣି ।
ସେଠାରେ ଗୋଟିଏ କି ଦୁଇଟି ନେଟ୍ ସେସନ୍ ପରେ କୋହଲି ଠିକ୍ ହୋଇଯିବା ଆଶା ରହିଛି । ତୃତୀୟ ଟେଷ୍ଟ ଖେଳିବାକୁ ବିରାଟ ପୁରା ଫିଟ୍ ହୋଇଯିବେ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମ୍ ମୁଖ୍ୟ ରାହୁଲ ଦ୍ରାବିଡ । ସେପଟେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବଦଳରେ ତୃତୀୟ ଟେଷ୍ଟ ପାଇଁ ପରିବର୍ତ୍ତନର ଆଭାସ ଦେଇଛନ୍ତି ରାହୁଲ ।
ସିରାଜ୍ ଏବେ ପୁରା ଫିଟ୍ ହୋଇନାହାନ୍ତି । ପରବର୍ତ୍ତୀ ସମୟରେ ତାଙ୍କ ଫିଜିଓଙ୍କ ପରାମର୍ଶ ଅନୁଯାୟୀ ନିଷ୍ପତ୍ତି ନିଆଯିବ । ଦ୍ୱିତୀୟ ଟେଷ୍ଟରେ ମାଂସପେଶୀ ଜନିତ ସମସ୍ୟା ସହ ସଂଘର୍ଷ କରିଥିଲେ ସିରାଜ । ଯଦି ସିରାଜ ନଖେଳନ୍ତି ତେବେ ଉମେଶ ଯାଦବ କିମ୍ବା ଇଶାନ୍ତ ଶର୍ମାଙ୍କୁ ସୁଯୋଗ ମିଳିପାରେ ।