ଝିଅ ଜନ୍ମ ଦେଲେ ୨୮ ବର୍ଷୀୟ ଯୁବକ: ଅଜଣା ଯୁବକଙ୍କ ସହ ବିତାଇଥିଲେ ରାତି

ଜୀବ ବିଜ୍ଞାନରେ ଏକ ମିରାକେଲ ବା ଅଜବ ଘଟଣା ଦେଖିବାକୁ ମିଳିଛି । ଏହିପରି ଅନେକ ଜିନିଷ ସାମ୍ନାକୁ ଆସୁଛି, ଯାହା ବିଷୟରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନେକ ଥର ଲୋକମାନେ ଏହି ପରିବର୍ତ୍ତନଗୁଡ଼ିକୁ ସହଜରେ ଗ୍ରହଣ କରିବାକୁ ସକ୍ଷମ ନୁହଁନ୍ତି କାରଣ ଏହି ପରିବର୍ତ୍ତନଗୁଡ଼ିକ ସମାଜର ସାଧାରଣ ଚିନ୍ତାଧାରାଠାରୁ ବହୁତ ଭିନ୍ନ ।ସେହିପରି ସମାନ ଘଟଣା ଘଟିଲା ଯେତେବେଳେ ଲୋକମାନେ ଆମେରିକାର ଜଣେ ୨୮ ବର୍ଷ ବୟସ୍କା ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ପାଇଲେ, ଯିଏକି ୨୦୨୦ ମସିହାରେ ତାଙ୍କ ଝିଅକୁ ଜନ୍ମ ଦେଇଥିଲେ ।
ୱେଷ୍ଟ ଭର୍ଜିନିଆର ୨୮ ବର୍ଷୀୟ ଯୁବକ ଆଶ ପ୍ୟାଟ୍ରିକ୍ ସ୍କେଡ୍ ଗୋଟିଏ ଝିଅକୁ ଜନ୍ମ ଦେଇଛନ୍ତି । କିନ୍ତୁ ନିଜକୁ ପୁରୁଷ କରିବାକୁ ଚାହୁଁଥିଲେ । ଇଷ୍ଟ୍ରୋଜେନ ଲେଭେଲ କମ କରିବା ସହିତ ଟେଷ୍ଟୋଷ୍ଟେରନ ସ୍ତର ବଢାଇବା ପାଇଁ ଚିକିତ୍ସା ଜାରି ରହିଥିଲା । ତେବେ ଏହି ଚିକତ୍ସା ଜାରି ରହିଥିବା ସମୟରେ ଏକ ଡେଟିଂ ସାଇଟରେ ଯୋଗ ଦେଇଥିଲେ ଆଶ ପ୍ୟାଟ୍ରିକ୍ । ଡେଟିଂ ସାଇଟରେ ଜଣେ ଯୁବକଙ୍କୁ ଭେଟିବା ସହିତ ରାତ୍ରି ଯାପନ କରିଥିଲେ ଆଶ ପ୍ୟାଟ୍ରିକ୍ । ଏହା ପରେ ସେ ଗର୍ଭବତୀ ଥିବା ଜଣା ପଡିଥିଲା । ଏହା ଜଣାପଡିବା ପରେ ତୁରନ୍ତ ନିଜର ହର୍ମୋନାଲ ଚିକିତ୍ସା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବକ । ତେବେ ଏପରି ମେଡିକାଲ ମିରାକେଲକୁ ନେଇ ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ଆଶ ପ୍ୟାଟ୍ରିକ୍ ଦିର୍ଘ ସମୟ ଧରି ତାଙ୍କ ଲିଙ୍ଗପରିବର୍ତ୍ତନ କୁ ନେଇ ଅସୁବିଧାରେ ଥିଲେ। ସେ କ’ଣ ହେବାକୁ ଚାହୁଁଛନ୍ତି ତାହା ସ୍ଥିର କରି ପାରିଲେ ନାହିଁ। କିନ୍ତୁ ଯେତେବେଳେ ସେ ଗର୍ଭଧାରଣ ବିଷୟରେ ଜାଣିଲେ, ସେ ସ୍ଥିର କଲେ ଯେ ସେ ଏକ ସନ୍ତାନ ଜନ୍ମ ଦେବେ। ସେ କହିଛନ୍ତି ଯେ ଲକଡାଉନ ସମୟ ତାଙ୍କ ପାଇଁ ଭଲ ଥିଲା କାରଣ ସେ ତାଙ୍କର ଝିଅର ଯତ୍ନ ଠିକ ଭାବରେ ନେଇପାରୁଥିଲେ ।
ଆଶ କହିଛନ୍ତି ଯେ ୨୮ ବର୍ଷୟା ସ୍ୱାମୀ ଜୋର୍ଡାନଙ୍କ ସହିତ ରହୁଥିଲେ ଯିଏ ଶିଶୁର ଯତ୍ନ ବି ନେଉଥିଲେ। ଯେତେବେଳେ ସେ ଗର୍ଭବତୀ ହୋଇଥିଲେ, ସେ ଟେଷ୍ଟୋଷ୍ଟେରନ୍ ଜେଲରେ ଥିଲେ ଏବଂ ଇଷ୍ଟ୍ରୋଜେନ୍ ବ୍ଲକର ଔଷଧ ମଧ୍ୟ ଗ୍ରହଣ କରୁଥିଲେ। ସେ କହିଛନ୍ତି ଯେ ଡାକ୍ତରମାନେ ମଧ୍ୟ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଛନ୍ତି ଯେ ତାଙ୍କ ଗର୍ଭଧାରଣରେ ସେ ବହୁତ ଖୁସି ଥିଲେ ।