ଦେଶରେ ମାଡ଼ି ଚାଲିଛି କରୋନା, ୨୪ ଘଣ୍ଟାରେ ୨୭ ହଜାର ୫୫୩ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା । ଗତ ୨୪ ଘଣ୍ଟାରେ ୨୭ ହଜାର ୫୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗୋଟିଏ ଦିନରେ ୨୮୪ ପ୍ରାଣ ହରାଇଛନ୍ତି । ସେହିଭଳି ଓମିକ୍ରନ କେସ୍ ୧ ହଜାର ୫୨୫ରେ ପହଁଚିଛି ।

ମହାରାଷ୍ଟ୍ରରେ ସର୍ବାଧିକ ୪୬୦ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୩୫୧ ଓମିକ୍ରନ କେସ୍, ଗୁଜରାଟରେ ୧୩୬, ତାମିଲନାଡୁ ୧୧୭ ଓ କେରଳରେ ୧୦୯ କେସ୍ ସାମନାକୁ ଆସିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ କଟକଣା ଲଗାଇଲେଣି । ଏହାରି ଭିତରେ ପଶ୍ଚିମବଙ୍ଗ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ।

କାଲିଠୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ପା, ସେଲୁନ, ବ୍ୟୁଟି ପାର୍ଲର, ଚିଡିଆଖାନା ଓ ଆମୋଦ ପାର୍କକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ । ଏହା ସହ ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ୫୦ ପ୍ରତିଶତ କ୍ଷମତାରେ ଚାଲିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.