ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୬୦୩ ଆକ୍ରାନ୍ତ ଚିହ୍ନଟ, ଗଲା ୨୨ଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଜି ବି ୩ ହଜାର ତଳେ ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨ ହଜାର ୬୦୩ ଆକ୍ରାନ୍ତ ଚିହ୍ନଟ । ଆଜି ମୋଟ ପଜିଟିିିଭ୍‌ ରେଟ୍‌ ରହିଛି ୪.୧୨ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୪୪୪ ସଂକ୍ରମିତ ହୋଇଛନ୍ତି । କଟକରୁ ୨୦୫, ସୁନ୍ଦରଗଡରୁ ୨୦୪, ଯାଜପୁରରୁ ୧୩୩ ନୂଆ କେସ୍‌ ଆସିଛି । ୨୪ ଘଣ୍ଟାରେ ୬୩ ହଜାର ୪୫ ନମୁନା ପରୀକ୍ଷା ହୋଇଛି । ଆକ୍ଟିଭ୍‌ କେସ୍‌ ରହିଛି ୨୬ ହଜାର ୯୬୫ । ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୧୨ ଲକ୍ଷ ୬୪ ହଜାର ୭୦୫ କୁ ବୃଦ୍ଧି ପାଇଛି ।

ସେହିପରି ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ୨୪ଘଣ୍ଟାରେ ୨୨ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। । ଜାନୁଆରୀ ୪ରେ ମୃତ୍ୟୁସଂଖ୍ୟା ଥିଲା ୧ ଏବେ ୨୨ରେ ପହଞ୍ଚିଛି। ମୋଟ ମୃତ୍ୟୁସଂଖ୍ୟା ୮ ହଜାର ୭୧୧କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.