ଫାଇଜର କମ୍ପାନି କଲା ଘୋଷଣା, ଫେଜ୍‌ ୩ ଟ୍ରାଏଲ୍‌ରେ କରୋନା ଟିକାରୁ ମିଳିଛି ୯୦% ସଫଳତା

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକା ପରୀକ୍ଷଣରେ ୯୦ ପ୍ରତିଶତ ସଫଳତା ମିଳିଛି ବୋଲି କହିଛି ଫାଇଜର କମ୍ପାନି । ଫାଇଜର ଓ ବାୟୋଟେକ୍‌ କମ୍ପାନି ମିଳିତ ଉଦ୍ୟମରେ ବିକଶିତ ଟିକାର ଫେଜ୍‌ ୩ ଟ୍ରାଏଲ୍‌ ୯୦ ପ୍ରତିଶତ ସଫଳତା ମିଳିଛି ବୋଲି ଫାଇଜର କମ୍ପାନୀ କହିଛି । ୨୮ ଦିନ ପରେ ହୋଇଥିବା ଫେଜ୍‌ ୩ ଟ୍ରାଏଲ୍‌ ରେ ଏହି ଟିକା ଦିଆଯାଇଥିଲା । ଯେଉଁଥିରେ ଏହାର ସଫଳତା ୯୦ ପ୍ରତିଶତ ଦେଖାଯାଇଥିଲା ।

ତେଣୁ କରୋନାକୁ ପ୍ରତିହତ କରିବାରେ ଏହି ଟିକା ସଫଳ ହେବ ବୋଲି ଫାଇଜର ଅଧ୍ୟକ୍ଷ ଓ ସିଇଓ ଆଲ୍‌ବର୍ଟ ବୋରୁଲା ଏକ ବାର୍ତ୍ତାରେ କହିଛନ୍ତି । ବିଶ୍ୱରେ ଦେଖାଯାଇଥିବା ଏହି ଭୟଙ୍କର ବିପତ୍ତିକୁ ହରାଇବାରେ ଆମେ ନିକଟର ହୋଇଛୁ ବୋଲି ଶ୍ରୀ ବୋରୁଲା ତାଙ୍କ ବକ୍ତବ୍ୟରେ କହିଛନ୍ତି ।

fizer-0

ବିଶ୍ୱରେ ସବୁ ଦେଶ କରୋନା ଟିକା ପ୍ରସ୍ତୁତିରେ ଲାଗିଥିବା ବେଳେ ଆମେ ସଫଳତାର ଖୁବ୍‌ ନିକଟତର ହୋଇଛୁ । ଆମେ ଟିକା ପ୍ରସ୍ତୁତିରେ ଏକ ମାଇଲ ସ୍ତମ୍ବ ପ୍ରତିଷ୍ଠା କରିବୁ ବୋଲି ଶ୍ରୀ ବୋରୁଲା ପ୍ରକାଶ କରିଛନ୍ତି ।

ଟିକା ଯୋଗାଇବା ସମ୍ପର୍କରେ ସେ କହିଛନ୍ତି ଯେ ଆମେ ୨୦୨୦ ସୁଦ୍ଧା ପ୍ରାୟ ୫୦ ମିଲିୟନ୍‌ ଡୋଜ୍‌ ଓ ୨୦୨୧ ସୁଦ୍ଧା ଆମେ ୧.୩ ବିଲିୟନ୍‌ ଡୋଜ୍‌ ପ୍ରସ୍ତୁତ କରିବୁ ବୋଲି ଶ୍ରୀ ବୋରୁଲା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.