ବ୍ରିଟିସ୍‌ ବୈଜ୍ଞାନିକଙ୍କୁ ଝଟ୍‌କା, କରୋନା ଭେକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେବାର କିଛି ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ

ଲଣ୍ଡନ : ବ୍ରିଟେନ୍‌ରେ କରୋନା ଭେକ୍‌ସିନ୍‌ ପ୍ରସ୍ତୁତ କରିଥିବା ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନଙ୍କୁ ବଡ଼ ଝଟକା ଲାଗଛି । ଅକ୍ସଫୋର୍ଡ ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ କରାଯାଇଥିବା ଭେକ୍‌ସିନ୍‌ ଜଣେ ମାଇକ୍ରୋ ବାୟୋଲିଜିଷ୍ଟଙ୍କୁ ଦିଆଯାଇଥିଲା ।

ଟିକା ନେବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଭେକ୍‌ସିନ୍‌ର ମାନବ ଉପରେ ପରୀକ୍ଷଣ ଶୁକ୍ରବାର କରାଯାଇଥିଲା । ପ୍ରଥମ ଡୋଜ୍‌ ବା ଟିକା ମାଇକ୍ରୋ ବାୟୋଲୋଜିଷ୍ଟ ଏଲିସାଙ୍କୁ ଦିଆଯାଇଥିଲା ।

ଏଲିସାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଏବେ ବୈଜ୍ଞାନିକମାନେ ଖୋଳତାଡ଼ କରୁଛନ୍ତି । ଭେକ୍‌ସିନ୍‌ର ହୁ୍ୟୃମାନ୍‌ ଟ୍ରାଏଲ୍‌ ପାଇଁ ୮୦୦ ଲୋକଙ୍କ ମଧ୍ୟରୁ ଏଲିସା ଗ୍ରେନେଟ୍‌ଙ୍କୁ ବଛା ଯାଇଥିଲା । ଏଲିସାଙ୍କୁ ଲଗା ଯାଇଥିବା ଟିକା ଉପରେ ସାରା ଦୁନିଆର ଦୃଷ୍ଟି ଲାଖି ରହିଥିଲା ।

tikka

ହେଲେ ଏଲିସାଙ୍କ ମୃତ୍ୟୁ ପରେ ସମସ୍ତ ଆଶା ପାଣି ଫୋଟକା ପରି ମିଳାଇ ଯାଇଛି । ବୈଜ୍ଞାନିକମାନେ ଦାବି କରିଥିଲେ ଯେ ଏହି ଟିକା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରି କରୋନା ସହ ଲଢ଼ିବାରେ ସାହାଯ୍ୟ କରିବ ।

ଟିକା ନେବା ବେଳେ ଏଲିସା କହିଥିଲେ ‘ ମୁଁ ଜଣେ ବୈଜ୍ଞାନିକ,ତେଣୁ ରିସର୍ଚ୍ଚକୁ ସପୋର୍ଟ କରିବାକୁ ଚାହୁଁଛି । ମୁଁ ଭାଇରସ ଉପରେ କୈାଣସି ଅନୁଧ୍ୟାନ କରି ପାରିଲି ନାହିଁ । ତେଣୁ ଟିକା ନେବାରେ ସହଯୋଗ କରି ପାରିଲେ ମୋ ପାଇଁ ଏକ ବଡ଼ କାମ ହେବ ।’

ଟିକା ନେବା ଦିନ ଏଲିସାଙ୍କର ଥିଲା ୩୨ ତମ ଜନ୍ମ ଦିନ । ଏଲିସାଙ୍କ ସହ କ୍ୟାନ୍‌ସର ଉପରେ ରିସର୍ଚ୍ଚ କରୁଥିବା ଏର୍ଡଓ୍ଵାର୍ଡ ଅନିଲ୍‌ଙ୍କୁ ମଧ୍ୟ ଟିକା ଲଗାଯାଇଥିଲା । ଏଲିସାଙ୍କୁ କୋଭିଡ଼୍‍ ୧୯ ଟ ିକା ଲଗା ଯାଇଥିବା ବେଳେ ଅନିଲ୍‌ଙ୍କୁ ମେନିନ୍‌ଜାଇଟିସ୍‌ ଟିକା ଲଗାଯାଇଥିଲା ।

oxford team

ମେନିନ୍‌ଜାଇଟିସ୍‌ ମଧ୍ୟ ଏକ ସଂକ୍ରାମକ ରୋଗ । ଟିକା ଦେବା ପରେ ଉଭୟଙ୍କୁ ୪୮ ଘଣ୍ଟା ମନିଟରିଙ୍ଗ୍‌ ରେ ରଖାଯାଇଥିଲା । ଏମାନଙ୍କ ଉପରେ ପ୍ରଭାବ ଦେଖିବା ପରେ ଅନ୍ୟ ବ୍ୟକ୍ତିଙ୍କୁ ଟିକା ଦିଆଯାଇଥାନ୍ତା ।

Leave A Reply

Your email address will not be published.