କରୋନା ପାଇଁ ନୂଆ ସମ୍ଭାବନା! ଆମେରିକାରେ ଭୂତାଣୁର ଭାକ୍‌ସିନ୍‌ ନେଇ ପରୀକ୍ଷା ଆରମ୍ଭ, ସିଆଲଟ୍‌ରେ ଜଣେ ମହିଳାଙ୍କୁ ଦିଆଗଲା ଟୀକା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଭାକ୍‌ସିନ୍‌ ପରୀକ୍ଷଣ ଆରମ୍ଭ କରିଛି ଆମେରିକା । ଗତକାଲି ଆମେରିକାର ରିସର୍ଚ୍ଚରମାନେ କରୋନା ଭାଇରସ୍‌ର ପ୍ରଥମ ଟୀକାର ପରୀକ୍ଷଣ କରିଛନ୍ତି । ଆମେରିକାର ସିଆଟେଲ୍‌ର ଜଣେ ୪୩ ବର୍ଷୀୟ ମହିଳାଙ୍କୁ ଏହି ଟୀକା ଦିଆଯାଇଛି । ସିଆଟେଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ଜଣେ ଚିକିତ୍ସାକର୍ମୀ କୋଭିଡ୍‌-୧୯ର ଟୀକା ମହିଳାଙ୍କୁ ଦେଇଛନ୍ତି । ଚୀନ୍‌ରେ ଏହି ଭାଇରସ୍‌ ଜଣାପଡ଼ିବା ପରେ କେପିଡବ୍ଲ୍ୟୁ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକମାନେ ଏହି ଭାକ୍‌ସିନ୍‌କୁ ବିକଶିତ କରିବା ପାଇଁ ଦିନ ରାତି ଏକ କରିଦେଇଥିଲେ । ଏହି ପରୀକ୍ଷାର ଗବେଷଣା ମୁଖ୍ୟ ଡକ୍ଟର ଜ୍ୟାକ୍‌ସନ୍‌ କହିଛନ୍ତି, କରୋନା ଭଳି ବିପର୍ଯ୍ୟୟକୁ ଦୂର କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରାଯାଉଛି ।

vacsinରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି । ଟ୍ରମ୍ପ କହିଛନ୍ତି, ସାରା ବିଶ୍ୱରେ ଖୁବ୍‌ ଶୀଘ୍ର ଏହି ଭାକ୍‌ସିନ୍‌ର ବିକଶିତ କରାଯିବ । ଚୀନ୍‌ରୁ ବିଶ୍ୱର ୧୫୭ଟି ଦେଶକୁ ବ୍ୟାପିଥିବା କରୋନା ପାଇଁ ଏପର୍ଯ୍ୟନ୍ତ ଭାକ୍‌ସିନ୍‌ କିମ୍ବା ମେଡିସନ୍‌ ବିକଶିତ ହୋଇପାରିନାହିଁ । ଏପରି ସ୍ଥିତିରେ, ଆମେରିକା ଏଥିରେ ସଫଳ ହେଲେ ସବୁଠୁ ବଡ଼ କଥା ହେବ । ହେଲେ ଏହି ପରୀକ୍ଷାରେ ସମୟ ଲାଗିବ । ୪୫ ଜଣ ଲୋକଙ୍କଠାରେ ଏହି ଭାକ୍‌ସିନ୍‌କୁ ପରୀକ୍ଷା ପାଇଁ ବଛାଯାଇଛି । ସମସ୍ତଙ୍କୁ ଅଲଗା ଅଲଗା ଟୀକା ଦିଆଯିବ । ଏହି ୪୫ ଜଣଙ୍କୁ ଅଲଗା ଅଲଗା ରଖାଯାଇଛି । ଏମାନଙ୍କ ଉପରେ କ’ଣ ପ୍ରଭାବ ପଡୁଛି, ତାହା ଉପରେ ଅନୁଧ୍ୟାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.