କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚେତାବନୀ, ପ୍ଲାଜମା ଥେରାପି ଏବେ ଗବେଷଣା ସ୍ତରରେ

ନୂଆଦିଲ୍ଲୀ : କରୋନା ରୋଗରୁ ମୁକ୍ତି ପାଇଁ ପ୍ଲାଜମା ଥେରାପି ଘାତକ ହୋଇ ପାରେ । ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରି ପାରେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକଥା କୁହାଯାଇଛି ।
କୋଭିଡ୍‌ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଉପଚାର ନାହିଁ । ପ୍ଲାଜ୍‌ମା ଥେରାପିରେ କୌଣସି କରୋନା ରୋଗୀ ଆରୋଗ୍ୟ ନେଇ କିଛି ପ୍ରମାଣ ନାହିଁ । ଏହି ଥେରାପି କେବଳ ଗବେଷଣା ସ୍ତରରେ ରହିଛି । ତେଣୁ ପ୍ଳାଜ୍‌ମା ଥେରାପି ରୋଗୀ ଜୀବନ ପ୍ରତି ବିପଦ ସୃଷ୍ଟି କରି ପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.