୨୧ ଦିନ ହେଲାଣି ଗରିବ ଅସହାୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ସାଉଥ ଅଭିନେତ୍ରୀ ପ୍ରଣୀତା

କରୋନା ଭାଇରସ୍ ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ସବୁଆଡେ ବନ୍ଦ ଥିବାରୁ ଗରିବ, ଦିନ ମଜୁରିଆ, ଅସହାୟମାନଙ୍କ ପାଖରେ କାମ ଧନ୍ଦା ନ ଥିବାରୁ ସେମାନେ ଖାଇବା ପାଇଁ ଏବେ ବହୁତ ହଇରାଣ ହେଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବଲିଉଡ୍ଠାରୁ ଆରମ୍ଭ କରି ଟଲିଉଡ୍ ପର୍ଯ୍ୟନ୍ତ ସମସ୍ତ ତାରକାମାନେ ଆଗେଇ ଆସିଛନ୍ତି। ଆଉ ଏଥିରେ ସାମିଲ ହୋଇଛନ୍ତି ସାଉଥ୍ର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ପ୍ରଣୀତା ସୁଭାଷ। ପ୍ରଣୀତା ଗତ ୨୧ଦିନ ହେଲା ଗରିବ ଅସହାୟଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି।

pranneta

ପ୍ରଣୀତା ନିଜେ ମାସ୍କ ପିନ୍ଧି ଖାଦ୍ୟ ପ୍ରସ୍ତୁତ କରି ବାଣ୍ଟୁଥିବା ଏକ ଭିଡିଓରେ ନଜର ଆସିଛନ୍ତି। ସେ ଏହାକୁ ତାଙ୍କ ଅଫିସିଆଲ ଆକାଉଣ୍ଟରେ ଶେୟାର ମଧ୍ୟ କରିଛନ୍ତି। ତେବେ ବହୁତ ଶୀଘ୍ର ସେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ହଙ୍ଗାମା-୨ ସିକ୍ୱେଲରେ ଏହି ଦକ୍ଷିଣୀ ଅଭିନେତ୍ରୀ ପ୍ରଣୀତାଙ୍କୁ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.