କେମିତି ପରୀକ୍ଷା କରିବେ, କରୋନା ହୋଇଛି କି ନାହିଁ କେମିତି ଜାଣିବେ

କରୋନା ଭାଇରସ୍‌ ବର୍ତ୍ତମାନ ବିଶ୍ୱର ୨୦୨ଟି ଦେଶକୁ ମାଡ଼ି ସାରିଲାଣି । ସର୍ବାଧିକ ସଂକ୍ରମଣରେ ସମସ୍ତଙ୍କୁ ଟପି ଯାଇଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଅଗ୍ରଣୀ ଦେଶ ଭାବେ କୁହାଯାଉଥିବା ଆମେରିକା । ଭାରତୀୟ ସମୟ ଅପରାହ୍ନ ୪ଟା ସୁଦ୍ଧା ସାରା ବିଶ୍ୱରେ ୫ ଲକ୍ଷ ୧୨ ହଜାର ୭୧ ଜଣ କରୋନା ଭାଇରସ୍‌ରେ ଆକ୍ରନ୍ତ ହୋଇଥିବା ବେଳେ ୨୩ ହଜାର ୪୯୫ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା କଥା ଯେ ଏହାର ଭ୍ୟାକସିନ୍‌ ବାହାରିବା ପାଇଁ ଆହୁରି ୧୨ରୁ ୧୮ ମାସ ଲାଗିବ ।
ତେଣୁ କରୋନା ଠାରୁ ଦୂରେଇ ରହିବାକୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ହେବ । ବର୍ତ୍ତମାନ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି କେବଳ କରୋନା ପାଇଁ । ତେଣୁ ସମସ୍ତେ ଅନ୍ୟ ସବୁ କାମ ଛାଡ଼ି କେବଳ କରୋନାକୁ ହରାଇବା ପାଇଁ ଏକାଠି ହୋଛନ୍ତି । ସେଥିଲାଗି ଆମେ ଏହି ଅଦୃଶ୍ୟ ଶତ୍ରୁକୁ ହରାଇବା ଲାଗି ଏମିତି ଏକାଠି ହୋଇ କାମ କରିବା ଏବଂ ଯେଉଁ ସତର୍କତା ବିଷୟରେ କୁହାଯାଇଛି ତାକୁ ଠିକ୍‌ ଭାବେ ପାଳନ କରିବା ।

CORONA TEST-3

ଆପଣଙ୍କୁ ଯଦି ଜ୍ୱର, କାଶ ହେଉଛି କିମ୍ବା ଆପଣଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି ତେବେ ସତର୍କ ହୋଇଯାଆନ୍ତୁ । ଏହା ହେଉଛି କରୋନାର ଲକ୍ଷଣ । ଅବଶ୍ୟ ଏଭଳି ସ୍ଥିତିରେ ଆପଣ କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ । ତେଣୁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ସହ ନିଜର ପରୀକ୍ଷା ନିରୀକ୍ଷା କରିବାକୁ ହେବ । କରୋନା ପାଇଁ କୌଣସି ରକ୍ତ ପରୀକ୍ଷା କରାଯାଏ ନାହିଁ । ଆପଣଙ୍କ କଫ ଓ ସିଂଘାଣିର ନମୂନା ନେଇ ପରୀକ୍ଷା କରାଯାଏ । ଏଥିରୁ ହିଁ ଜଣାପଡ଼େ ସଂକ୍ରମଣ ହୋଇଛି କି ନାହିଁ ।

ତେବେ ଆପଣଙ୍କ ଠାରୁ ନମୂନା ସଂଗ୍ରହ କରିବା ପରେ ଡାକ୍ତର ଆପଣଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦେବେ । ଏହା ପରେ ଆପଣ ଆଇସୋଲେସନ୍‌ରେ ରହିବେ କି ଡାକ୍ତରଖାନାରେ ଭର୍ତ୍ତି ହେବେ ତାହା କୁହାଯିବ । ଆଇସୋଲେସନ୍‌ରେ ଆପଣ ଆପଣଙ୍କ ନିଜ ଘରେ ରହି ପାରିବେ । ହେଲେ ଅନ୍ୟମାନଙ୍କ ଠାରୁ ଅଲଗା ରହିବେ ।
ଯଦି ପରୀକ୍ଷାରୁ କରୋନା ପଜେଟିଭ୍‌ ବାହାରିଲେ ତେବେ ଆପଣଙ୍କୁ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରଖାଯିବ ।
ଆପଣ ସନ୍ଦେହରେ ଥିଲେ ପରୀକ୍ଷା କରିବେ କେଉଁଠି । ବର୍ତ୍ତମାନ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଥିବ । ଆମ ରାଜ୍ୟରେ ସରକାର ଏଥିପାଇଁ ୧୦୪ ହେଲପଲାଇନ୍‌ ବ୍ୟବସ୍ଥା କରିଛନ୍ତି । ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଏକ ଟେଲିଫୋନ୍‌ ନମ୍ବର ଜାରି କରିଛି । ଯାହା ୨୪ ଘଣ୍ଟା ଖୋଲା ରହିଛି । ନମ୍ବରଟି ହେଉଛି, 01123978046 ।

CORONA TEST-4

ଆହୁରି ମଧ୍ୟ ଯଦି ଏହି ରୋଗ ସମ୍ପର୍କରେ ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି କିମ୍ବା ସୂଚନା ଦେବାକୁ ଆଗ୍ରହୀ ତେବେ ଆପଣ [email protected] ରେ ଇ-ମେଲ୍‌ କରି ପାରିବେ । ଆମ ଓଡ଼ିଶାରେ ଭୁବନେଶ୍ୱର ନାଲକୋ ଛକ ନିକଟ ଆରଏମ୍‌ଆରସି (ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର)ରେ ନମୂନା ପରୀକ୍ଷା କରାଯାଉଛି ।

ଅବଶ୍ୟ ଏହା କୁହାଯାଇଛି ଯେ ଯାହା ଦେହରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ସେମାନଙ୍କ ଠାରେ ଏହି ରୋଗ ହେବା ସମ୍ଭାବନା କମ୍‌ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର କହିବା ଅନୁସାରେ ଦୁଇଟି ବର୍ଗକୁ ଏହି ରୋଗ ବେଶି ପ୍ରଭାବିତ କରେ । ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏବଂ ହୃଦରୋଗ, ଡାଇବେଟିଜ୍‌ ଏବଂ ଫୁସ୍‌ଫୁସ୍‌ ଜନିତ ରୋଗରେ ପୀଡ଼ିତ ବ୍ୟକ୍ତି କରୋନା ଭାଇରସ୍‌ରେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି । ତଥାପି ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଓ ଯୁବକ ଥିଲେ ମଧ୍ୟ ଏହାଠାରୁ ସତର୍କ ରହିବା ଜରୁରୀ ।
ସେହିପରି ସଂକ୍ରମଣରୁ ରକ୍ଷା ପାଇବାକୁ ଖାଲି ମାସ୍କ ପିନ୍ଧି ଦେଲେ ହେବ ନାହିଁ । ଲଗାତ ଭାବେ ସାନିଟାଇଜର୍‌ କିମ୍ବା ସାବୁନରେ ହାତ ଧୋଇବାକୁ ହେବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜାରି କରିଥିବା ଏହି ଭିଡିଓକୁ ଦେଖନ୍ତୁ ଜାଣି ପାରିବେ କିଭଳି ଭାବେ କରୋନା ଆରମ୍ଭ ହେଲା ଏବଂ କିପରି ଏହା ସଂକ୍ରମିତ ହେଉଛି ।…

 

Leave A Reply

Your email address will not be published.