ଲକ୍‌ ଡାଉନ ଯୋଗୁଁ ଅଭିଯୋଗ କରିବାକୁ ଲୋକେ ପୋଲିସ ଥାନା ଆସି ପାରୁ ନାହାନ୍ତି, ଏଥିପାଇଁ ଜାରିହେଲା ୫ଶହରୁ ଅଧିକ ହେଲ୍‌ପ ଲାଇନ ନମ୍ବର

କେନ୍ୟୁଜ୍(ବ୍ୟୁରୋ):  ଲକ୍‌ ଡାଉନ ଯୋଗୁଁ ଅଭିଯୋଗ କରିବାକୁ ଲୋକେ ପୋଲିସ ଥାନା ଆସି ପାରୁ ନାହାନ୍ତି। ସେମାନଙ୍କ ପାଇଁ ୫ଶହରୁ ଅଧିକ ହେଲ୍‌ପ ଲାଇନ ନମ୍ବର ଜାରି କରିଛି ଓଡ଼ିଶା ପୋଲିସ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଫୋନ ନମ୍ବରଗୁଡିକ ପୋଲିସ ୱେବ୍‌ ସାଇଟ୍‌ରେ ଉପଲବ୍ଧ ଅଛି। ଏହାସହ ଲକ୍‌ ଡାଉନ୍‌ରେ ସମର୍ଥନ ପାଇଁ ନାଗରିକଙ୍କୁ ଧନ୍ୟବାଦ ଦେଇଛନ୍ତି। ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସେବାକୁ କୃତଜ୍ଞତା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.