Below header

ହଟସ୍ପଟ ଅଞ୍ଚଳ ଗୁଡିକରେ ଗର୍ଭବତୀ ମହିଳାଙ୍କ ଯାଞ୍ଚ ପାଇଁ ICMR ବନାଇଲା ଏହି ଖାସ ରଣନୀତି

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ମଙ୍ଗଳବାର ଦିନ କରୋନା ଜୀବାଣୁ ପ୍ରଭାବିତ ଜିଲ୍ଲାରେ ଗର୍ଭବତୀ ମହିଳାଙ୍କୁ ସ୍କ୍ରିନିଂ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ICMRର କହିବା ଅନୁଯାୟୀ କରୋନା ସଂକ୍ରମଣ ଦ୍ୱାରା ଅତି ପ୍ରଭାବିତ ଜିଲ୍ଲାରେ ଯେଉଁ ଗର୍ଭବତୀ ମହିଳାମାନେ ପ୍ରସବ ବେଦନା ଭୋଗୁଛନ୍ତି କିମ୍ବା ଆସନ୍ତା ପାଞ୍ଚ ଦିନ ମଧ୍ୟରେ ପ୍ରସବ କରିବାକୁ ଯାଉଛନ୍ତି ସେମାନଙ୍କର ପରୀକ୍ଷା କରାଯିବା ଉଚିତ । ଯଦିଓ ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ ।

corona virus ;प्रादुर्भाव रोखण्यासाठी ...

ସୂଚନା ଅନୁଯାୟୀ ଆଇସିଏମଆର କହିଛି ଯେ ଯେଉଁ ଗର୍ଭବତୀ ମହିଳାମାନଙ୍କଠାରେ ସଂକ୍ରମଣର ଲକ୍ଷଣ ନାହିଁ ଏବଂ ସେମାନେ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି, ସେମାନଙ୍କୁ ଡାକ୍ତରଖାନାରେ ଯାଞ୍ଚ କରାଯିବା ଉଚିତ ଏବଂ ନମୁନା ସଂଗ୍ରହ କରି ଲାବୋରେଟୋରୀକୁ ପଠାଇବା ପାଇଁ ଏକ ବ୍ୟବସ୍ଥା ରହିବା ଉଚିତ । ମହିଳାମାନଙ୍କୁ ଏପରି ସ୍ଥାନକୁ ପଠାଯିବା ଉଚିତ ନୁହେଁ ଯେଉଁଠାରେ ଯାଞ୍ଚ ପାଇଁ କୌଣସି ସୁବିଧା ନାହିଁ । ଏହାସହିତ ଗର୍ଭବତୀ ମହିଳାଙ୍କ ଯାଞ୍ଚ ଆଇସିଏମଆର ରଣନୀତି ଅନୁଯାୟୀ ହେବା ଉଚିତ । କରୋନା ସଂକ୍ରମଣ ଦ୍ୱାରା ଅତି ପ୍ରଭାବିତ ଜିଲ୍ଲାଗୁଡିକରେ ଥିବା ଗର୍ଭବତୀ ମହିଳା ମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାନଗଲେ ମଧ୍ୟ ତାଙ୍କୁ ଯାଞ୍ଚ କରାଇବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.