Below header

ସାମ୍ନାକୁ ଆସିଲା ପାକିସ୍ତାନର ଅମାନବୀୟ ଚେହେରା, ଲକ୍ ଡାଉନ୍ ମଧ୍ୟରେ ହିନ୍ଦୁଙ୍କୁ ଦିଆଯାଉନି ଖାଦ୍ୟ ଓ ରାସନ

ଆଜି ସାରା ବିଶ୍ୱ କରୋନା ସହ ସଂଘର୍ଷ କରୁଛି । ସବୁକିଛି ଅତିଶୀଘ୍ର ଠିକ୍ ହୋଇଯାଉ ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ବର୍ତ୍ତମାନ ଭାଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ତେବେ ଏହା ମଧ୍ୟରେ ପାକିସ୍ତାନର ଏକ ଅମାନବୀୟ ଚେହେରା ସାମ୍ନାକୁ ଆସିଛି । ପାକିସ୍ତାନରେ ଜାରି କରାଯାଇଥିବା ଲକ୍ ଡାଉନ୍ ମଧ୍ୟରେ କରାଚିରେ ପ୍ରଶାସନ ହିନ୍ଦୁ ମାନଙ୍କୁ ରାସନ ଦେବାପାଇଁ ମନା କରିଦେଇଛି ।

ସୂଚନା ଅନୁଯାୟୀ କରାଚିର ରେହଡ଼ିରେ ହଜାର ହଜାର ଗରିବ ଲୋକ ନିଜର ନିତିଦିନିଆ ରାସନ ନେବାପାଇଁ ପହଞ୍ଚିଥିଲେ କିନ୍ତୁ ସେଠାରେ ପହଁଞ୍ଚିବା ପରେ ହିନ୍ଦୁ ମାନଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା । ପ୍ରଶାସନ ସ୍ଥାନୀୟ ଗରିବ ଓ ଖଟିଖିଆଙ୍କ ପାଇଁ ରାସନ ଓ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ ମଧ୍ଯ ସେଠାରେ କିଛି ଲୋକଙ୍କୁ ଫେରାଇ ଦିଆଯାଇଥିଲା । ଏହାର କାରଣ ହେଉଛି ସେମାନେ ଥିଲେ ହିନ୍ଦୁ । ସେଠାରେ କୁହାଯାଇଥିଲା ଯେ ଏହି ଖାଇବା କେବଳ ମୁସଲମାନ୍ ମାନଙ୍କ ପାଇଁ ହିନ୍ଦୁ ମାନଙ୍କ ପାଇଁ ନୂହେଁ ।

ତେବେ ସେଠାକାର ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ କହିବା ଅନୁଯାୟୀ ଅଳ୍ପସଂଖ୍ୟକଙ୍କୁ ଏବେ ଖାଦ୍ୟ ସଂକଟର ସାମ୍ନା କରିବାକୁ ପଡୁଛି । ଏହାସହିତ ସେ ମାନବୀୟ ସଂକଟକୁ ରୋକିବା ପାଇଁ ମୋଦୀଙ୍କୁ ମଧ୍ଯ ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି । ସୂଚନା ଅନୁଯାୟୀ ପାକିସ୍ତାନରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧୫୦୦ରୁ ଉର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହୋଇ ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.