Below header

‘ଆୟୁର୍ବେଦ’ ଜରିଆରେ କରୋନା ଭାଇରସକୁ ନିୟନ୍ତ୍ରଣ କରୁଛି କେରଳ ! ଜିଲ୍ଲା ସ୍ତରରେ ଆରମ୍ଭ ହୋଇଛି ‘ଆୟୁର ରକ୍ଷା କ୍ଲିନିକ’

ଭାରତରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଏ ପର୍ଯ୍ୟନ୍ତ 28 ହଜାରରୁ ଊର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇସାରିଲେଣି। ସେପଟେ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ନିଜ ନିଜ ସ୍ତରରେ ପ୍ରୟାସ କରୁଛନ୍ତି। ଏଭଳି ସ୍ଥିତିରେ କେରଳରୁ ଏକ ଖବର ସାମ୍ନାକୁ ଆସିଛି, ଯେଉଁଠି ଆୟୁର୍ବେଦ ଜରିଆରେ କରୋନା ସଂକ୍ରମଣକୁ ରୋକାଯାଉଛି।

2

କରୋନା ସଂକ୍ରମଣ ରୋକିବା ଅଭିଯାନ ପାଇଁ କେରଳ ସରକାର ରାଜ୍ୟ, ଆଞ୍ଚଳିକ ଏବଂ ଜିଲ୍ଲା ସ୍ତରରେ ଆୟୁର୍ବେଦ ପରିଷଦ ଗଠନ କରିଛନ୍ତି। କେବଳ ଏତିକି ନୁହେଁ, ସରକାର ଜିଲ୍ଲା ଏବଂ ତଲୁକ ସ୍ତରରେ ବି ସରକାରୀ ହସ୍ପିଟାଲଗୁଡିକରେ ‘ଆୟୁର ରକ୍ଷା କ୍ଲିନିକ’ ଆରମ୍ଭ କରିଛନ୍ତି। କହି ରଖୁଛୁ, କେରଳ ଏବେ ସେହି ରାଜ୍ୟଗୁଡିକ ମଧ୍ୟରୁ ଗୋଟିଏ, ଯେଉଁଠି କରୋନା ସଂକ୍ରମଣକୁ ଅନେକାଂଶରେ ନିୟନ୍ତ୍ରଣ କରି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.