Below header

ବିଫଳ ହେଲା ହାଇଡ୍ରୋକ୍ସିକ୍ଲୋରୋକୁଇନ ପରୀକ୍ଷଣ, କରୋନାରୁ ବଞ୍ଚିବା ଆଶା କ୍ଷୀଣ

କରୋନାକୁ ପ୍ରତିହତ କରିବାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ ସହାୟକ ହେବ ବୋଲି କୁହାଯାଉଥିବା ବେଳେ ଏହି ଔଷଧକୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଆମେରିକାରେ ହାଇଡ୍ରୋକ୍ସିକ୍ଲୋରୋକୁଇନର ପରୀକ୍ଷଣ ବିଫଳ ହୋଇଛି। ବୈଜ୍ଞାନିକଙ୍କ ଆଶା ଧୂଳିସାତ ହୋଇଥିବା ଜଣାଯାଇଛି। ଅସଫଳ ହେବା ପରେ ଚେତାବନୀ ଜାରି କରାଯାଇ ଏହି ଔଷଧ ସେବନ କରିବାକୁ ମନା କରାଯାଇଛି।

Coronavirus: Experts warn of Hydroxychloroquine as trial failed

କରୋନା ପାଇଁ ମେଡ଼ିସିନ ବାହାରିନଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ ଏହାକୁ ପ୍ରତିହତ କରିବ ବୋଲି ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ଏହା ପରେ କେତେକ ଦେଶ ଏହି ମେଡିସିନର ପରୀକ୍ଷଣ ଆରମ୍ଭ କରିଦେଇଥିଲେ।

The UN Coronavirus Communications Team | United Nations

ମାତ୍ର ରୋଗୀଙ୍କ ଉପରେ ଏହି ମେଡ଼ିସିନ ପ୍ରୟୋଗ କରିବା ପରେ ଜଣାପଡ଼ିଲା ଯେ ହାଇଡ୍ରୋକ୍ସିକ୍ଲୋରୋକୁଇନ କରୋନାକୁ ମାତ୍ ଦେବାରେ ଅସମର୍ଥ। ଏହା ରୋଗୀଙ୍କ ଶରୀରରେ ନକରାତ୍ମକ ପ୍ରଭାବ ପକାଉଥିବା ଜଣାପଡ଼ିଛି। ଏଣୁ ଏହାକୁ ବ୍ୟବହାର ନ କରିବାକୁ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ। ଆମେରିକାରେ ୩୬୮ ଜଣଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ଏଣୁ ତୁରନ୍ତ ଏହି ଔଷଧର ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.