ମହାଭାରତରେ ଜ୍ୟାକି ଶ୍ରଫ ହୋଇଥାନ୍ତେ ଅର୍ଜୁନ, ପରେ ଶୋ’ରେ ଏଣ୍ଟ୍ରି କଲେ ଫିରୋଜ ଖାନ୍

ଲକଡାଉନ ଯୋଗୁ ଏବେ ଦୂରଦର୍ଶନରେ ୮୦ ଦଶକର ଧାରାବାହିକ ରାମାୟଣ ଓ ମହାଭାରତ ଆଦି ପ୍ରସାରିତ ହେଉଛି। ଏହି ସିରିୟଲରେ ଅଭିନୟ କରୁଥିବା କଳାକାର ସେତେବେଳେ ଯେତିକି ଲୋକପ୍ରିୟତା ହାସଲ କରିନଥିଲେ ଏବେ ତା’ଠୁ ଅଧିକ ଲୋକପ୍ରିୟ ହୋଇଯାଇଛନ୍ତି। ଇତିମଧ୍ୟରେ ମହାଭାରତରେ ଅର୍ଜୁନ ଭୂମିକାରେ ଅଭିନୟ କରିଥିବା ଆକ୍ଟର ଫିରୋଜ ଖାନ ଶୋ ସହ ଜଡ଼ିତ କେତେକ ପୁରୁଣା କଥାର ଖୁଲାସା କରିଛନ୍ତି।

ମହାଭାରତରେ ଅର୍ଜୁନ ଚରିତ୍ରରେ ଅଭିନୟ କରିବା ପରେ ଫିରୋଜଙ୍କୁ ବହୁ ଲୋକପ୍ରିୟତା ମିଳିଥିଲା। ଅର୍ଜୁନ ଚରିତ୍ର ପାଇଁ ପ୍ରାୟ ୨୩ ହଜାର ଜଣ ଅଡିସନ ଦେଇଥିଲେ। କିନ୍ତୁ ଶେଷରେ ଫିରୋଜଙ୍କୁ ଚୟନ କରାଯାଇଥିଲା।

Mahabharat: From Juhi Chawla being offered Draupadi's role to ...

ଏକ ଇଣ୍ଟରଭ୍ୟୁରେ ଫିରୋଜ କହିଛନ୍ତି ଯେ ଅର୍ଜୁନ ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରଥମେ ଜ୍ୟାକି ଶ୍ରଫଙ୍କୁ ସିଲେକ୍ଟ କରାଯାଇଥିଲା, କିନ୍ତୁ କୌଣସି କାରଣବଶତଃ ତାଙ୍କୁ ଏହି ରୋଲ ଦିଆଯାଇନଥିଲା। ଫିରୋଜ ନିଜେ କହିଛନ୍ତି ସେ ବିଆର ଚୋପ୍ରାଙ୍କ ଅଫିସକୁ ଯାଇ ଇଣ୍ଟରଭ୍ୟୁ ଦେଇଥିଲେ। ସୂଚନାଯୋଗ୍ୟ ଯେ ଫିରୋଜ ଜିଗର, ତ୍ରିରଙ୍ଗା, ଆଦମି, ଫୁଲ ଔର ଅଙ୍ଗାର, ମିଷ୍ଟର ଆଜାଦ ଓ କରନ ଅର୍ଜୁନ ସମେତ ବହୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.