କେନ୍ଦ୍ର ସରକାରଙ୍କୁ ରାଜ୍ୟର ଚିଠି, ତୁରନ୍ତ ୧୫ ଲକ୍ଷ କୋଭିସିଲ୍‌ଡ ଟିକା ଯୋଗାଇ ଦିଅ

ଭୁବନେଶ୍ବର: ଚିନ୍ତା ବଢାଇଲାଣି ଟିକା ସଙ୍କଟ । ତୁରନ୍ତ ୧୫ ଲକ୍ଷ କୋଭିସିଲ୍‌ଡ ଟିକା ଯୋଗାଇ ଦିଅ । କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ସଚିବ ପି.କେ. ମହାପାତ୍ର । ଗତକାଲି ସୁଦ୍ଧା ରାଜ୍ୟରେ ୬ ଲକ୍ଷ ୨ ହଜାର ୪୩୦ କୋଭିସିଲ୍‌ଡ ଓ ୧ ଲକ୍ଷ ୪୮ ହଜାର ୫୫୦ କୋଭାକ୍‌ସିନ ଟିକା ମହଜୁଦ ଥିଲା।

ଓଡ଼ିଶା ଦୈନିକ ୨ ଲକ୍ଷରୁ ଅଧିକ ଜଣଙ୍କୁ ଟିକା ପ୍ରଦାନ କରୁଥିବା ବେଳେ ମହଜୁଦ ଅଛି ମୋଟ ୭ ଲକ୍ଷ ୫୦ ହଜାର ୯୮୦ ଟିକା । କୋଭିସିଲ୍‌ଡ ଟିକା ଯାହା ରହିଛି ତାହା ସେଥିରେ କେବଳ ଦୁଇ ଦିନ ପାଇଁ ଟିକାକରଣ କରି ହେବ । ଆଜି ଅପରାହ୍ନ ୨ଟା ସୁଦ୍ଧା ୩ ଲକ୍ଷ ୪୯ ହଜାର ୧୩୦ କୋଭିସିଲଡ୍‌ ଟିକା ପହଞ୍ଚିବ ବୋଲି ପ୍ରତିଶ୍ରୁତି ମିଳିଛି । କିନ୍ତୁ ଏହା ବି ଦୁଇ ଦିନ ପାଇଁ ଯଥେଷ୍ଟ ନୁହଁ ବୋଲି କୁହାଯାଇଛି।

ସେପଟେ ଗ୍ରୀଷ୍ମପ୍ରବାହ ପାଇଁ ବଦଳିଲା କୋଭିଡ ଟିକାକରଣ ସମୟ। ସକାଳ ୮ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ଟୁ ସଂଧ୍ୟା ୬ ଟା ମଧ୍ୟରେ ଟିକାକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗତକାଲି ୨ ଲକ୍ଷ ୬୩ ହଜାର ୪୧ ଜଣଙ୍କୁ ଟିକା ଦିଆଯାଇଥିଲା। ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩୫ ଲକ୍ଷ ୬୭ ହଜାର ୮୧୦ ଜଣଙ୍କୁ ଟିକା ଦିଆ ସରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.