ଆଉ ବିକ୍ରି ହେବନି LG ର ସ୍ମାର୍ଟଫୋନ୍‌, ମୋବାଇଲ ୟୁନିଟ୍‌ ବନ୍ଦ କରୁଛି କମ୍ପାନୀ

ଦକ୍ଷିଣ କୋରିଆର ଟେକ୍‌ କମ୍ପାନୀ ଏଲ୍‌ଜି ନିଜ ମୋବାଇଲ ୟୁନିଟ୍‌କୁ ବନ୍ଦ କରିବାକୁ ଘୋଷଣା କରିଛି। କମ୍ପାନୀର କହିବାନୁସାରେ, ମୋବାଇଲ ଫୋନ୍‌ ବିଜ୍‌ନେସ୍‌ ୟୁନିଟ୍‌ ବନ୍ଦ କରି କମ୍ପାନୀ ଇଲେକ୍ଟ୍ରିକ୍‌ ଭେଇକଲ କମ୍ପୋନେଣ୍ଟସ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କନେକ୍ଟେଡ୍‌ ଡିଭାଇସ୍‌, ସ୍ମାର୍ଟ ହୋମ୍ସ, ବିଜନେସ୍‌ ଟୁ ବିଜ୍‌ନେସ୍‌ ସଲ୍ୟୁସନ୍‌ ପ୍ରମୁଖ କ୍ଷେତ୍ରରେ ନିଜ ଧ୍ୟାନ କେନ୍ଦ୍ରିତ କରିବ।

ଏଲ୍‌ଜି ନିଜର ସମସ୍ତ ଷ୍ଟକ୍‌କୁ ଶେଷ କରିବା ପାଇଁ ସ୍ମାର୍ଟଫୋନ୍‌କୁ ମାର୍କେଟରେ ଉପଲବ୍ଧ କରିବ। ଏହା ବ୍ୟତୀତ କମ୍ପାନୀ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କଷ୍ଟମରଙ୍କୁ ସର୍ଭିସ ସପୋର୍ଟ ଓ ସଫ୍ଟ ୱେୟାର ଅପ୍‌ଡେଟ୍‌ ମଧ୍ୟ ଦେବ।

ଚଳିତବର୍ଷ ଜୁଲାଇ ୩୧ ମଧ୍ୟରେ କମ୍ପାନୀ ନିଜର ମୋବାଇଲ୍‌ ଫୋନ୍‌ ବିଜ୍‌ନେସ୍‌କୁ ବନ୍ଦ କରିବାକୁ ଯୋଜନା କରୁଛି। ଏହା ପରେ ମଧ୍ୟ ଷ୍ଟକ୍‌ରେ କିଛି ସ୍ମାର୍ଟଫୋନ୍‌ ଉପଲବ୍ଧ କରିପାରିବେ। ରିପୋର୍ଟ ମୁତାବକ, ପୂର୍ବରୁ ହିଁ ଏଲ୍‌ଜି କିଛି କର୍ମଚାରୀଙ୍କୁ ଫୋନ୍‌ ଡିଭିଜନ୍‌ରୁ ବିଜନେସ୍‌ ୟୁନିଟ୍‌କୁ ଟ୍ରାନ୍ସଫର କରି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୫ ମସିହାରୁ ଏଲ୍‌ଜି କମ୍ପାନୀ ଲଗାତାର କ୍ଷତିରେ ଚାଲିଛି। ଏଣୁ କମ୍ପାନୀ ବେପାର ବନ୍ଦ କରିବା ପାଇଁ ଚିନ୍ତା କରୁଥିଲା। ଏଥିପାଇଁ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଗୁଗଲ, ଫେସ୍‌ବୁକ୍‌, ଫଲ୍କସ୍ୱାଗନ୍‌ ଓ ଭିଏତନାମର ବିନ୍‌ ଗ୍ରୁପ୍‌ ସହ ଆଲୋଚନା କରିଥିଲା। ମାତ୍ର କାହା ସହ ବି ଚୁକ୍ତି ସଫଳ ହୋଇପାରିନଥିଲା। ଏଣୁ ବାଧ୍ୟ ହୋଇ ମୋବାଇଲ କମ୍ପାନୀକୁ ବନ୍ଦ କରୁଛି ଏଲ୍‌ଜି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.