ଆଜିଠୁ ରାଜଧାନୀରେ କରୋନା କଟକଣା କଡ଼ାକଡ଼ି: ଏଣିକି ବିବାହ ଉତ୍ସବରେ ଶହେ ଓ ଅନ୍ତ୍ୟେଷ୍ଟିରେ ୫୦ ଲୋକ ହୋଇ ପାରିବେ ସାମିଲ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢି ଚାଲିଛି କରୋନା । ଗତକାଲି ଗୋଟିଏ ଦିନରେ ୭୫ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଟେନ୍‌ସନ୍‌ ବଢିଛି । ଏଥିରେ ୬୨ ଜଣ ସ୍ଥାନୀୟ ସଂକ୍ରମଣ ଅଛନ୍ତି । ଗୋଟିଏ ଦିନରେ ନୂଆପଲ୍ଲୀରୁ ସର୍ବାଧିକ ୧୧ ଓ ଖଣ୍ଡଗିରି ଅଞ୍ଚଳରୁ ୭ ଜଣ ପଜିଟିଭ୍‌ ହୋଇଛନ୍ତି । ଗତକାଲି ରାଜ୍ୟ ଯୋଗାଣ ନିଗମ ଅଫିସ୍‌ରୁ ୬ ଜଣ ସଂକ୍ରମିତ ହୋଇଥିଲେ । ଏହା ପରେ ରାଜ୍ୟ ଯୋଗାଣ ନିଗମ ଅଫିସ୍‌କୁ ବିଏମ୍‌ସି ସିଲ୍‌ କରିଛି ।

କରୋନା ବଢୁଥିବାରୁ ଆଜିଠୁ ରାଜଧାନୀରେ କରୋନା କଟକଣା କଡ଼ାକଡ଼ି । ଏଣିକି ବିବାହ ଉତ୍ସବରେ ଶହେ ଲୋକଙ୍କୁ ଅନୁମତି । ଅନ୍ତ୍ୟେଷ୍ଟିରେ କରୋନା କଟକଣା ସହ ୫୦ ଲୋକ ସାମିଲ ହୋଇ ପାରିବେ । ସମାବେଶ ଓ ସମ୍ମିଳନୀ ଉପରେ ଲାଗିବ କଟକଣା । ବିଏମ୍‌ସିର ନୂଆ ଗାଇଡଲାଇନ ଅନୁସାରେ, କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ କିମ୍ବା ଶତବାର୍ଷିକୀ ପାଳନ ହୋଇପାରିବ ନାହିଁ । ପୂର୍ବରୁ ଦିଆଯାଇଥିବା ଅନୁମତି ନୂଆ ଗାଇଡଲାଇନ୍‌ ଅନୁସାରେ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.